www.samajalive.in
Wednesday, December 10, 2025
16.1 C
Bhubaneswar

ବାଇକ ଦୁର୍ଘଟଣା : ମହିଳା ଓ ଶିଶୁ ଗୁରୁତର

କଲମପୁର : କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତାର ଗୁମାବାହାଲ ନିକଟରେ ଗୁରୁବାର ସଂଧ୍ୟାରେ ଘଟିଛି ଏକ ବାଇକ ଦୁର୍ଘଟଣା। ଏଥିରେ ଜଣେ ମହିଳାଙ୍କ ସମେତ ୬ ମାସର ଶିଶୁ ସନ୍ତାନ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଥୁଆମୁଲ ରାମପୁର ବ୍ଲକ ଅଧୀନସ୍ଥ ଶୁଣ୍ଢୀଜୋବା ଗ୍ରାମର ଭଗବାନ ମାଝୀ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳୀ ଓ ଏକ ଶିଶୁ ସନ୍ତାନକୁ ନେଇ ଜୁନାଗଡ଼ ଠାରୁ କଲମପୁର ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ଦେଇ ନିଜ ଗାଁକୁ ଫେରୁଥିଲେ। ଗୁମାବାହାଲ ନିକଟରେ କୌଣସି କାରଣରୁ ବାଇକ ଚାଳକ ଭଗବାନ ନିଜ ବାଇକରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ରାସ୍ତାରେ ପଡ଼ିଯାଇଥିଲେ। ଭଗବାନ ସାମାନ୍ୟ ଆହତ ହେଇଥିବା ବେଳେ ତାଙ୍କ ପତ୍ନୀ ପୁଷ୍ପଞ୍ଜଳୀଙ୍କ ଗୋଡ ହାତ ଏବଂ ମୁହଁରେ ମାଡ ହେବାରୁ ଗୁରୁତର ହେଇଛନ୍ତି। ଏହାସହ ଶିଶୁ ସନ୍ତାନର ଗୋଡରେ ମାଡ ହେଇଥିବାରୁ ସେ ମଧ୍ୟ ଗୁରୁତର ଥିବା ସୂଚନା ମିଳିଛି। କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ଅଧିକ ଚିକିତ୍ସା କରାଯାଉଛି।

Hot this week

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

Related Articles

Popular Categories