ଗୁରୁଡ଼ିଝାଟିଆ : ସାମାନ୍ୟ ବଚସାକୁ ନେଇ ଯୁବକକୁ ମରଣାନ୍ତକ ଆକ୍ରମଣ କରିବା ଯୋଗୁଁ ଗୁରୁତର ହୋଇପଡ଼ିଛି। ଯୁବକର ନାମ ରମେଶ ରାଉତ(୪୨)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ହୋଇଥିବା ଯୁବକ ରମେଶକୁ ଚିକିତ୍ସା ପାଇଁ କଟକ ବଡ ଡାକ୍ତରଖାନା ପଠାଇଛି। ଉଲ୍ଲେଖଯୋଗ୍ୟ ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଖୁଣ୍ଟୁଣୀ ପଞ୍ଚାୟତର ରଗଡ଼ିପଡ଼ା ଗାଁରେ ଏଭଳି ଏକ ଘଟଣା ଘଟିଛି। ଗାଁ ଦୋକାନକୁ ସଉଦା କଣିବାକୁ ରମେଶ ଯାଉଥିବା ବେଳେ ବାଟରେ କେତେକ ଯୁବକଙ୍କ ସହିତ ସାମାନ୍ୟ କଥାକୁ ନେଇ ବଚସା ଓ ପରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଯୁବକମାନେ ସଂଘବଦ୍ଧ ଭାବରେ ରମେଶକୁ ଖଣ୍ଡା ଆଦି ମାରଣାସ୍ତ୍ରରେ ହାଣି ଗୁରୁତର କରିଥିଲେ। ଅଭିଯୁକ୍ତ ବୁଲୁ ବେହେରା, ସୁମନ ବେହେରା, ସୁବାସ ବେହେରା, ଟିଟୁଆ ବେହେରା, ପ୍ରକାଶ ନାୟକ ଓ ପବିତ୍ର ସାମଲକୁ ପୁଲିସ ଗିରଫ କରି ଅଦାଲତ ଚାଲାଣ କରିଛି।
Popular Categories



