www.samajalive.in
Sunday, December 14, 2025
23.1 C
Bhubaneswar

କଲେଜ ଛାତ୍ରୀନିବାସରେ ପାନୀୟ ଜଳ ସଙ୍କଟ, ଅଧ୍ୟକ୍ଷଙ୍କୁ ଘେରିଲେ ଅନ୍ତେବାସୀ

ଆଠଗଡ :  ଆଠଗଡର ସର୍ବପୁରାତନ ଗୋପବନ୍ଧୁ ବିଜ୍ଞାନ କଲେଜର ଛାତ୍ରୀନିବାସରେ ଗତ ୩ଦିନ ଧରି ପାନୀୟ ଜଳ ସଙ୍କଟ ଦେଖାଦେବାରୁ ଅନ୍ତେବାସୀ ଛାତ୍ରୀ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଳ ସଙ୍କଟ ଯୋଗୁଁ ଅନ୍ତେବାସୀ ଛାତ୍ରୀ ପିଇବା ଓ ଗାଧୁଆପାଧୁଆ କରିବାରେ ଅସୁବିଧା ଭୋଗୁଥିବାବେଳେ ଗୁରୁବାର ରୋଷେଇ କରିବା ପାଇଁ ମଧ୍ୟ ପାଣି ମିଳିଲା ନାହିଁ। ଏଥିପାଇଁ କଲେଜ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ଦାୟୀ କରି ହଷ୍ଟେଲର ୪୦ଜଣ ଅନ୍ତେବାସୀ ଛାତ୍ରୀ ବୁଧବାର କଲେଜ ଅଧ୍ୟକ୍ଷଙ୍କୁ ତାଙ୍କ କାର୍ଯ୍ୟାଳୟରେ ଘେରିବା ସହ ଜଳ ସଙ୍କଟ ଦୂର କରିବା ଲାଗି ପଦକ୍ଷେପ ନେବାକୁ ଦାବି କରିଥିଲେ। କଲେଜର ପାଚେରୀ ନିର୍ମାଣ କରୁଥିବା ଶାସକ ଦଳର ଠିକାଦାର ଜେସିବି ମେସିନରେ ଖୋଳିବା ବେଳେ ପାଣି ପାଇପକୁ ଦୁଇଟି ସ୍ଥାନରେ ଫଟେଇ ଦେଇଛନ୍ତି। ସଂପୃକ୍ତ ରାଜନୈତିକ ଠିକାଦାରଙ୍କୁ ପାଇପ ମରାମତି ପାଇଁ କୁହାଯିବାରୁ ସେ ରୋକଠୋକ ଏହା କରିପାରିବେନି ବୋଲି ମନା କରିଦେଇଥିଲେ। କଲେଜରେ ବିଧାୟକଙ୍କ ସୁପାରିଶରେ ଅଣଶିକ୍ଷକ କର୍ମଚାରୀ ଭାବେ ନିଯୁକ୍ତ ହୋଇଥିବା କିଛି ଶାସକ ଦଳ କର୍ମୀ କଲେଜର ଅଧ୍ୟକ୍ଷଙ୍କୁ ଆଦୌ ଖାତିର କରୁନଥିବାବେଳେ ଓଲଟା ତାଙ୍କୁ ଅନେକ ସମୟରେ ଧମକାଉ ଥିବାରୁ କଲେଜରେ ଏକ ଖରାପ ବାତାବରଣ ଓ ପରମ୍ପରା ସୃଷ୍ଟି ହେଉଛି। କଲେଜ କର୍ତ୍ତୃପକ୍ଷ କିମ୍ବା ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଫାଟିଥିବା ପାଇପକୁ ମରାମତି କରାନଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ଶେଷରେ କଲେଜ କର୍ତ୍ତୃପକ୍ଷ ନିଜ ପକ୍ଷରୁ ଲୋକ ଲଗାଇ ପାଇପ ମରାମତି କରିବା ପରେ ବୁଧବାର ପୁଣି ଅନ୍ୟଏକ ସ୍ଥାନରେ ପାଇପ ଫାଟିଥିବା ଦେଖିଥିଲେ। ଫଳରେ ଆଜି ସନ୍ଧ୍ୟା ସୁଦ୍ଧା ମଧ୍ୟ ସଂପୃକ୍ତ ଛାତ୍ରୀନିବାସକୁ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ। ଦିନବେଳା ଛାତ୍ରୀମାନେ ଅଭିଯୋଗ କରିବା ପରେ ଅଧ୍ୟକ୍ଷ ହୋଟଲରୁ ଖାଦ୍ୟ ଆଣି ସେମାନଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକ୍ଷକ, ଉପଅଧିକ୍ଷକ ଓ ତତ୍ତ୍ୱାବଧାରକଙ୍କ ଅବହେଳା ଯୋଗୁଁ ଅନ୍ତେବାସୀ ଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଆସନ୍ତାକାଲି ଶୁକ୍ରବାର ସୁଦ୍ଧା ପାଇପ ମରାମତି ହୋଇ ଜଳ ଯୋଗାଣ ହେବା ପରେ ସମସ୍ୟାର ସମାଧାନ ହେବ ବୋଲି ଅଧ୍ୟକ୍ଷ ଡଃ ଲୋକନାଥ ସାହୁ ପ୍ରକାଶ କରିଛନ୍ତି।

Hot this week

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

Related Articles

Popular Categories