www.samajalive.in
Sunday, December 14, 2025
15.1 C
Bhubaneswar

ଜୀ-ସାର୍ଥକରେ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’

ଡେସ୍କ: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିଗିଙ୍ଗ ରିୟାଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ – ଆଜି ଛୋଟ କାଲି ଉସ୍ତାଦ’। ଅଡିସନ୍ ରାଉଣ୍ଡ ପରେ ଆସନ୍ତା ଶନିବାରରୁ ଆରମ୍ଭ ହେବାକୁ ଯାଉଛି ମେଗା ଅଡିସନ ଏବଂ ଗାଲା ରାଉଣ୍ଡ। ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କୁନି କଳାକାରମାନଙ୍କ ମଧ୍ୟରୁ ସେମାନଙ୍କ ଦକ୍ଷତା ଅନୁଯାୟୀ ବିଚାରକ ମାନେ ମେଗା ଅଡିସନ୍ ପାଇଁ ଚୟନ କରିଛନ୍ତି ।

“ମେଗା ଅଡିସନ୍ ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀମାନେ ଗାଲା ରାଉଣ୍ଡକୁ ଯିବେ ପୁଣି ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନେ ଫାଇନାଲ ରାଉଣ୍ଡକୁ ଯିବେ। ତେଣୁ ଏହି ମେଗା ଅଡିସନ୍ ଓ ଗାଲା ରାଉଣ୍ଡ କେବଳ ପ୍ରତିଯୋଗୀମାନଙ୍କ ପାଇଁ ନୁହେଁ ବିଚାରକ ମାନଙ୍କୁ ଚୟନ କରିବା ବି ସହଜ ହେବ ନାହିଁ କାରଣ ସମସ୍ତ ପ୍ରତିଯୋଗୀଙ୍କ ପ୍ରଦର୍ଶନ ବହୁତ ଉଚ୍ଚକୋଟିର, ସେଥିପାଇଁ ପ୍ରତିଯୋଗିତା ଅତ୍ୟନ୍ତ ମନମୁଗ୍ଧକର ହେବ। ମେଗା ଅଡିସନରୁ ଗାଲା ରାଉଣ୍ଡକୁ କେବଳ ୧୬ ଜଣ ପ୍ରତିଯୋଗୀଙ୍କୁ ମନୋନୀତ ହେବାର ନିୟମ ଅଛି, ହେଲେ ପ୍ରତିଯୋଗୀମାନଙ୍କ ପ୍ରଦର୍ଶନ ନିଶ୍ଚିତ ଭାବରେ ବିଚାରକ ମାନଙ୍କୁ ଅସୁବିଧାରେ ପକାଇବ ଓ ସେମାନେ ୧୬ ଜଣ ପ୍ରତିଯୋଗୀ କି ଅଧିକ ବାଛିବେ ତାହା ବିଚାରକମଣ୍ଡଳୀ ପାଇଁ ଏକ ଚିନ୍ତାର ବିଷୟ। ତେଣୁ ଏହାର ପ୍ରତ୍ୟେକ ଏପିସୋଡ୍ ବହୁତ ଦର୍ଶନୀୟ ହେବ, ତେଣୁ ଯୋଡି ହୋଇ ରୁହନ୍ତୁ ଜୀ ସାର୍ଥକ ସହ” କହିଛନ୍ତି ଜୀ-ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର ପ୍ରତୀକ ସିଲ୍।

- Advertisement -

ଜୀ-ସାର୍ଥକରେ ସାରେଗାମାପା ଲିଟିଲ ଚାମ୍ପ ଜୁଲାଇ ୨୨ରୁ ଆରମ୍ଭ ହୋଇ ପ୍ରତ୍ୟେକ ଶନିବାର ଓ ରବିବାର ରାତି ୯:୩୦ରେ ଉତ୍କଣ୍ଠା ବଢାଇଛି। ଏଥର ଗାଲା ରାଉଣ୍ଡ ପ୍ରତିଯୋଗୀ ମାନଙ୍କ ପାଇଁ ଅଛନ୍ତି ଦୁଇଜଣ ମେଣ୍ଟର, ସାରେଗାମାପା ଲିଟିଲ ଚାମ୍ପ୍ ୨୦୨୧ର ବିଜେତା ଦେବାଂଶୀ ଦାସ ଓ ସାରେଗାମାପା ଲିଟିଲ ଚାମ୍ପ୍ ୨୦୧୬ର ବିଜେତା ପ୍ରଭୁପାଦ ମହାନ୍ତି। ଏହି ଦୁଇ ଜଣଙ୍କ ତତ୍ତ୍ବାବଧାନରେ ପ୍ରତିଯୋଗୀ ମାନେ ଗାଲା ଓ ଫାଇନାଲ ରାଉଣ୍ଡ ପାଇଁ ସଙ୍ଗୀତ ଅଭ୍ୟାସ କରିବେ।

ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କୁନି କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ। ପ୍ରତିଭାର ଏହି ମଞ୍ଚରେ ବିଭିନ୍ନ ପ୍ରାନ୍ତରୁ ଆସୁଥିବା କୁନି କଳାକାରମାନଙ୍କୁ ଭରପୁର ସୁଯୋଗ ମିଳୁଛି। ପୂର୍ବରୁ ଏହି ‘ସାରେଗାମାପା– ସ୍ୱରର ମହାମଞ୍ଚ’ ମଞ୍ଚ ମାଧ୍ୟମରେ ଅନେକ ଯୁବ କଣ୍ଠଶିଳ୍ପୀ ଓ ‘ସାରେଗାମାପା– ଲିଟିଲ ଚାମ୍ପ’ରେ ବହୁ କୁନି କଣ୍ଠଶିଳ୍ପୀ ନିଜକୁ ପ୍ରମାଣିତ କରିସାରିଛନ୍ତି। ଏଥର ଜୁରୀ ବା ବିଚାରକ ଆସନ ଅଳଙ୍କୃତ କରିଛନ୍ତି ସାରା ଭାରତର ଲୋକପ୍ରିୟ ଗାୟକ କ୍ରୀଷ୍ଣା ବେଉରା। ତାଙ୍କ ସହ ଅଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ଯିଏ ନିଜ ସଙ୍ଗୀତ ମାଧ୍ୟମରେ ଓଡ଼ିଶା ସମସ୍ତ ଯୁବବର୍ଗଙ୍କୁ ନିଜ ଗୀତର ତାଳେ ତାଳେ ନଚାଇବାରେ ସକ୍ଷମ ହୋଇଛନ୍ତି ପୁଣି ତାଙ୍କ ସାଙ୍ଗରେ ଅଛନ୍ତି ଓଡ଼ିଆ ଦର୍ଶକଙ୍କ ହୃଦୟ ଜିତିଥିବା ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ଗୁଡଲି ରଥ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories