www.samajalive.in
Saturday, December 6, 2025
17.1 C
Bhubaneswar

ଗୋଟିଏ ଦିନରେ ୧.୭ ଲକ୍ଷ ଚାରା ରୋପଣ

ନୋଇଡ଼ା: ପ୍ରଦୂଷିତ ବାୟୁବଳୟରେ ଥିବା ନୋଇଡ଼ାବାସୀଙ୍କ ପାଇଁ ଖୁସି ଖବର। ପ୍ରଦୂଷଣରୁ ମୁକ୍ତି ପାଇଁ ସେଠାରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏପରିକି ଗୋଟିଏ ଦିନରେ ସେଠାରେ ୧ ଲକ୍ଷ ୭୦ ହଜାର ଚାରା ରୋପଣ କରି ଏକ ରେକର୍ଡ ପ୍ରତିଷ୍ଠା କରାଯାଇଛି। ଗତ ଅଗଷ୍ଟ ୧୫ ତାରିଖରେ ନୋଇଡ଼ାରେ ଗୋଟିଏ ଦିନରେ ୧ ଲକ୍ଷ ୪୦ ହଜାର ଚାରା ରୋପଣ କରାଯାଇଥିଲା। ତେଣୁ ନୋଇଡ଼ା ଏଥର ତାର ପୂର୍ବ ରେକର୍ଡକୁ ଭାଙ୍ଗି ଏକ ନୂଆ ରେକର୍ଡ ପ୍ରତିଷ୍ଠା କରିଛି।
ନୋଇଡ଼ା ଉନ୍ନୟନ କର୍ତ୍ତୃପକ୍ଷ ଓ ସ୍ଥାନୀୟ ପ୍ରଶାସନ ଦ୍ୱାରା ଆୟୋଜିତ ଏହି ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମରେ ନୋଇଡ଼ାର ଆବାସିକ କଲ୍ୟାଣ ସଂଘ, ସ୍କୁଲ୍‍ ଓ କଲେଜ୍‍ ଛାତ୍ରଛାତ୍ରୀ, ଯୁବକ ସଂଘ, ଶିଳ୍ପ ସଂଘ, ବିଭିନ୍ନ କମ୍ପାନୀର ଅଧିକାରୀ ଓ ଜନସାଧାରଣ ଭାଗ ନେଇଥିଲେ। ନୋଇଡ଼ା ସହର ଓ ଆଖପାଖ ଅଞ୍ଚଳର ପ୍ରାୟ ୨୮ଟି ଆବାସିକ ସ୍ଥାନ ଓ ରାସ୍ତାପାଶ୍ୱର୍ରେ ଚାରାରୋପଣ କରାଯାଇଥିଲା। ଜାମୁକୋଳି, ତେନ୍ତୁଳି, କଦମ୍ବ, ବେଲ, ନିମ, ଅଁଳା, ଅଶୋକ, ଚମ୍ପା, କାଠଚମ୍ପା, ଓସ୍ତ ଆଦି ଚାରା ରୋପଣ କରାଯାଇଥିବା ଜଣାପଡ଼ିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories