www.samajalive.in
Sunday, December 14, 2025
26.1 C
Bhubaneswar

ଗୋପବନ୍ଧୁ ସେବିକା ମହାବିଦ୍ୟାଳୟ ପକ୍ଷରୁ କଟକ ବଡ଼ ଡାକ୍ତରଖାନାରେ ସ୍ତନ୍ୟପାନ ସଚେତନତା କାର୍ଯ୍ୟକ୍ରମ

ଗୁରୁଡିଝାଟିଆ :  କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ପ୍ରସୂତିମାନଙ୍କୁ ସ୍ତନ୍ୟପାନ ସଂକ୍ରାନ୍ତରେ ମାଧବପୁରସ୍ଥିତ ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ବିଦ୍ୟାର୍ଥୀମାନେ ସଚେତନ କରାଇଛନ୍ତି।ଚିକିତ୍ସାଳୟର ଚିକିତ୍ସକ ଓ ସେବିକାମାନଙ୍କ ଉପସ୍ଥିତିରେ ନର୍ସିଂ ବିଦ୍ୟାର୍ଥୀମାନେ ପ୍ରସୂତିମାନଙ୍କୁ ସ୍ତନ୍ୟପାନ କରାଇବାର ଉପକାରିତା, କିପରି ଓ କେତେ ସମୟ ଧରି ସ୍ତନ୍ୟପାନ କରାଇବେ ଓ ସ୍ତନ୍ୟପାନ କରାଇବାର ପ୍ରଣାଳୀ ସଂପର୍କରେ ବୁଝାଇବା ସହିତ ଏହା ଉଭୟ ଶିଶୁ ଓ ମାଆ ପାଇଁ ସ୍ୱାସ୍ଥ୍ୟପ୍ରଦ ହୋଇଥାଏ ବୋଲି ବୁଝାଇଥିଲେ । ଏଥିସହିତ ସ୍ତନ୍ୟପାନ ସଂକ୍ରାନ୍ତୀୟ ପ୍ରାଚୀରପତ୍ର ଦ୍ୱାରା ପର୍ଯ୍ୟାୟକ୍ରମେ ଗୋଟିଏ ପରେ ଗୋଟିଏ ସୋପାନ ସଂପର୍କରେ ବୁଝାଇଥିଲେ । ଗୋପବନ୍ଧୁ ସେବିକା ମହାବିଦ୍ୟାଳୟର ପ୍ରିନ୍ସପାଲ ଟ୍ୟୁଟର ରାଜଶ୍ରୀ ସାମନ୍ତରାୟଙ୍କ ଉପସ୍ଥିତିରେ ମୋନାଲି ଭଞ୍ଜ, ମିତାଲି ବରାଳ, ସିପନ ସାହୁ ପ୍ରମୁଖ ବିଦ୍ୟାର୍ଥୀମାନେ ସଚେତନତା କାର୍ଯ୍ୟକ୍ରମ କରିଥିଲେ । ଶିକ୍ଷୟିତ୍ରୀ ରଞ୍ଜିତା ଦାସ ଓ ଶୁଭଶ୍ରୀ ଶତପଥି ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ କରିଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories