www.samajalive.in
Saturday, December 6, 2025
23.1 C
Bhubaneswar

ଗଞ୍ଜାମରେ ଉତ୍କଳ ଖଡୁରା ସମାଜ ସାଧାରଣ ଅଧିବେଶନ

ଗଞ୍ଜାମ : ଗଞ୍ଜାମ ବିଜ୍ଞପିତ ଅଂଚଳ ପରିଷଦ ଅନ୍ତର୍ଗତ ଓଡ଼ିଆ ଢାମଣା ସାହି ସ୍ଥିତ ରାମଲିଙ୍ଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଉକ୍ତଳ ଖଡୁରା ସମାଜର ସାଧାରଣ ଅଧିବେଶନ ଓ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମରବିବାର ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ରାମନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଅଧିବେଶନରେ ଯୋଗ ଦେଇଥିବା ଅତିଥିମାନେ ଏହାର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜ ର ବକ୍ତବ୍ୟ ରଖିଥିଲେ। ଆଗାମୀ ଦିନରେ କିଭଳି ଖଡୁରା ସମାଜର ଏକତା, ମାନ ବୃଦ୍ଧି, ସହିତ ଅନ୍ୟାନ ସାଙ୍ଗଠନିକ ବିଷୟରେ ଆଲୋଚନା ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ସୁବାଷ ମହାପାତ୍ର, ରମେଶ ଚନ୍ଦ୍ର ସାହୁ, ଅକ୍ଷୟ କୁମାର ନାୟକ, ବିଜୟ ମହାପାତ୍ର, ବେନୁପାଣି ନାୟକ, ଲୀଣ୍ଟୁ ସୁବୁଦ୍ଧି, ବୃନ୍ଦାବନ ସୁବୁଦ୍ଧି, ରମେଶ ନାୟକ, ମଧୁସୂଦନ ସୁବୁଦ୍ଧି, ଗୌରାଙ୍ଗ ସୁବୁଦ୍ଧି, କାମନା ନାୟକ, ବାସୁଦେବ ସୁବୁଦ୍ଧି, ଗୋବିନ୍ଦ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଉତ୍କଳ କ୍ତଳ ଖଡୁରା ସମାଜ ଆହ୍ୱାନ କ୍ରମ ଗଞ୍ଜାମ ପେଣ୍ଠ ଗଠନ ପାଇଁ ନିଷ୍ପତ୍ତି କରାଯାଇଥିଲା। ଏଥିଲାଗି ହ୍ଵାଟ୍ସଆପ ଗ୍ରୁପ ଗଠନ କରାଯାଇଥିଲା। ବ୍ଲକର ବିଭିନ୍ନ ଅଞ୍ଚଳରୁ ଶତାଧିକ ଖଡୁରା ସମ୍ପ୍ରଦାୟର ବ୍ୟକ୍ତି ବିଶେଷ ଏହି  ଅଧିବେଶନରେ ଉପସ୍ଥିତ ଥିଲେ। ଶେଷରେ ଅକ୍ଷୟ ନାୟକ ଓ ବେଣୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶେଷରେ ସର୍ବ ସମ୍ମତି କ୍ରମେ ସଭାପତି ଭାବେ ଲିଣ୍ଟୁ ସୁବୁଦ୍ଧି, ଉପ ସଭାପତି ଭାବେ ସନ୍ତୋଷ ନାୟକ, ସମ୍ପାଦକ ଭାବେ ରମେଶ କୁମାର ନାୟକ, ସହ ସମ୍ପାଦକ ରୁାପ ସତ୍ୟ ନାରୟଣ ସାହୁ, କୋଷାଧକ୍ଷ ମଧୁସୂଦନ ସୁବୁଦ୍ଧି ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories