www.samajalive.in
Sunday, December 14, 2025
26.1 C
Bhubaneswar

ବିଜେଡ଼ିର ବନ୍ଧୁ ମିଳନ

ଚୌଦ୍ୱାର : ଚୌଦ୍ୱାର ବିଜୁ ଜନତା ଦଳ ଆନୁକୁଲ୍ୟରେ ପୌରପାଳିକା ୯ ନମ୍ବର ୱାର୍ଡ଼ରେ ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଅଶୋକ କୁମାର ମହାନ୍ତିଙ୍କ ପୌରୋହିତ୍ୟରେ କପାଳେଶ୍ୱର ମନ୍ଦିରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅତିଥି ଭାବେ ଯୋଗଦେଇ ଜନ ସାଧାରଣଙ୍କ କଲ୍ୟାଣ ନିମନ୍ତେ ଦଳର ସମସ୍ତ କର୍ମୀ ନିଷ୍ଠାର ସହ କାର୍ଯ୍ୟ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ ହିତକର ଯୋଜନାକୁ ଜନ ସାଧାରଣଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରୟାସ ଜାରୀ ରଖିବାକୁ ପରାମର୍ଶ ଦେଇଥିଲେ। ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, ଚୌଦ୍ୱାର-କଟକ ଉନ୍ନୟନ ପରିଷଦ ସଭାପତି ବାଳକୃଷ୍ଣ ମହାନ୍ତି, ବୈକୁଣ୍ଠନାଥ ପୃଷ୍ଟି, ନଗର ସଭାପତି ବିଷ୍ଣୁ ଚରଣ ପରିଡ଼ା, କବିତାରାଣୀ ଲେଙ୍କା, ଅରୁନ୍ଧତୀ ଦାସ, ଜୟନ୍ତୀ ଲେଙ୍କା, ସସ୍ମିତା ନାୟକ ପ୍ରମୁଖ ନେତୃ ମଣ୍ଡଳୀ ଏଥିରେ ଅତିଥି ଭାବେ ଯୋଗ ଦେଇଥିଲେ। ଯୁବନେତା ରାଜେନ୍ଦ୍ର ମହାରଣାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବୈଷ୍ଣବ ଚରଣ ଦାସ, କୃଷ୍ଣଚନ୍ଦ୍ର ଦାସ,ପାଜନ ପ୍ରତାପ ଦେବ, ମୁରଲୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଛାତ୍ରନେତା ଭରତ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories