www.samajalive.in
Saturday, December 6, 2025
26.1 C
Bhubaneswar

ନିମ୍ନମାନର କାମ ଯୋଗୁଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ 

ବାଉଁଶୁଣି : ବୌଦ୍ଧ ଜିଲ୍ଲା ସଦର ବ୍ଲକର ସାଲୁଙ୍କି ଜଳସେଚନ ବିଭାଗ ଦ୍ବାରା ବାମ ପାର୍ଶ୍ଵ ର ମୁଖ୍ୟ କେନାଲ ବସ୍ତମପୁର ଶାଖା କେନାଲ ଠାରୁ ସିଙ୍ଗୀରୀ ପର୍ଯ୍ୟନ୍ତ ଯାଇଥ୍ଵବା କେନାଲର ବସ୍ତମପୁର (ଖଲିଆ) ନିକଟରେ ନିର୍ମାଣ ହୋଇଥିବା ସିମେଣ୍ଟ ଢ଼ଳାଇ କାନ୍ଥ ଭାଙ୍ଗିଯାଇଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ସାଲୁଙ୍କି ଜଳସେଚନ ବିଭାଗ ଦ୍ବାରା ସାଲୁଙ୍କି କେନାଲର ବାମ ପାର୍ଶ୍ବର ମୁଖ୍ୟ କେନାଲର ବସ୍ତମପୁର ଶାଖା କେନାଲର ସିଙ୍ଗୀରୀ ପର୍ଯ୍ୟନ୍ତ ଯାଇଥିବା ବସ୍ତମପୁର (ଖଲିଆ) ନିକଟରେ ନିର୍ମାଣ ହୋଇଥିବା ସିମେଣ୍ଟ ଢଳାଇ କାନ୍ଥ ଅତି ନିମ୍ନମାନର କାମ ହୋଇଥବାରୁ ନିର୍ମାଣର ଦୁଇ ମାସ ନ ଯାଉଣୁ ତାହା ଭାଙ୍ଗି ନଷ୍ଟ ହୋଇଗଲା । ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ସଂପୃକ୍ତ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନେବା ସହିତ ସରକାରୀ ଅର୍ଥ ଆଦାୟ କରିବା ପାଇଁ ଜିଲ୍ଲପାଳଙ୍କ ନିକଟରେ ଚାଷୀ ମାନଙ୍କ ସମେତ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ସୁଶାନ୍ତ ବାଘ,ବିଜେପି ମୁଣ୍ଡାପଡ଼ା ମଣ୍ଡଳ ସଭାପତି ଯୀଶୁ ପ୍ରଧାନ,ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ଯଯାତି ପ୍ରଧାନ ଅଭିଯୋଗ କରିଛନ୍ତି ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories