www.samajalive.in
Sunday, December 14, 2025
16.1 C
Bhubaneswar

ଜଳସ୍ତର କମିବା ସତ୍ତ୍ବେ ବିପଦ ସଂକେତ ଉପରେ ଦୟା ଓ ଭାର୍ଗବୀ

ପିପିଲି: ପିପିଲି ଦେଇ ପ୍ରବାହିତ ଦୟା ଓ ଭାର୍ଗବୀ ନଦୀରେ ଜଳସ୍ତର ଧିରେ ଧିରେ ହ୍ରାସ ପାଉଥିଲେ ମଧ୍ୟ ଏବେବି ଏହା ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଭାର୍ଗବୀ ନଦୀର ହରିପୁରଠାରେ ବିପଦ ସଙ୍କେତ ୧୨.୦୯ ମିଟର ରହିଥିବା ବେଳେ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସେଠାରେ ବନ୍ୟାଜଳ ବିପଦ ସଂକେତ ଉପରେ ଅର୍ଥାତ ୧୨.୫୨ ମିଟର ଉଚ୍ଚତାରେ ପ୍ରବାହିତ ହେଉଥିବା ସୂଚନା ମିଳିଛି।

ଦୟାନଦୀର କଣ୍ଟିଠାରେ ବିପଦ ସଙ୍କେତ ୧୦.୨୫ ମିଟର ରହିଥିବା ବେଳେ ସନ୍ଧ୍ୟା ୭ଟା ସୁଦ୍ଧା ସେଠାରେ ୧୦.୪୦ ମିଟର ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି ଦୟାନଦୀର ମାଧିପୁର ଠାରେ ବିପଦ ସଙ୍କେତ ୧୧.୪୦୫ ମିଟର ରହିଥିବା ବେଳେ ସେଠାରେ ସଂନ୍ଧ୍ୟା ୭ଟା ସୁଦ୍ଧା ବନ୍ୟାଜଳ ୧୦.୯୦ ମିଟର ଉପରେ ପ୍ରବାହିତ ହେଉଥିବା ସୂଚନା ମିଳିଛି। କଣ୍ଟି ଓ ମାଧିପୁର କାଜରୁ ଶୁକ୍ରବାର ସାମାନ୍ୟ ବନ୍ୟାଜଳ ନିର୍ଗତ ହୋଇଥିବା ବେଳେ ତାହା ସଫେଇ ନାଳ ଦେଇ ପ୍ରବାହିତ ହୋଇଥିଲା। ତେବେ ଅପରାହ୍ନରେ ମାଧିପୁର କାଜରୁ ବନ୍ୟାଜଳ ନିର୍ଗତ ହେବା ବନ୍ଦ ହୋଇଯାଇଥିବା ବେଳେ ରାତିରେ କଣ୍ଟି କାଜରୁ ବନ୍ୟାଜଳ ନିର୍ଗତ ହେବା ବନ୍ଦ ହୋଇଯିବ ବୋଲି ଆଶା କରାଯାଉଛି। କାକୁଡିଆ ଠାରେ ଦୟାନଦୀରେ ଗଙ୍ଗୁଆ ନଦୀ ମିଶିଥିବା ବେଳେ ଗଙ୍ଗୁଆ ନଦୀର ଜଳ ଯୋଗୁଁ ସେଠାରେ ଦୟା ଫୁଲୁଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ବନ୍ୟାଜଳ ଚିଲିକାକୁ ଠିକ୍‌‌ ଭାବେ ନିଷ୍କାସନ ହୋଇନପାରିବା କାରଣରୁ ଦୟାନଦୀ ଫୁଲିଥିବା ସଂପର୍କରେ ପିପିଲି ଓ କଣ୍ଟି ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ହିମାଂଶୁ ଶେଖର ମାନ୍ଧାତା ସୂଚନା ଦେଇଛନ୍ତି।

- Advertisement -

ଭାର୍ଗବୀ ନଦୀର ହରିପୁର ଠାରେ ନଦୀପଠାରେ ଥିବା ମା’ ବିଶ୍ବେଶ୍ୱରୀ ଠାକୁରାଣୀଙ୍କ ମନ୍ଦିର ବେଢ଼ାରେ ୨ଫୁଟ୍‌‌ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଥିବା ପରିଲକ୍ଷିତ ହୋଇଛି। ଦୟାନଦୀର କଣ୍ଟି ନାରଣଖେତା ନିକଟରେ ନଦୀପଠାରେ ଥିବା ବାଲୁଙ୍କେଶ୍ୱର ଦେବଙ୍କ ମନ୍ଦିର ସଂପୂର୍ଣ୍ଣ ବନ୍ୟାଜଳ ମଧ୍ୟରେ ରହିଥିବା ବେଳେ ମନ୍ଦିର ବେଢ଼ାରେ ୩ଫୁଟ୍‌‌ ଉଚ୍ଚତାରେ ବନ୍ୟାଜଳ ଲହଡି ମାରୁଥିବା ପରିଲକ୍ଷିତ ହୋଇଛି। ଭାର୍ଗବୀ ନଦୀର ଦକ୍ଷୀଣ ପାର୍ଶ୍ବ ବନ୍ଧରେ ଏକାଧିକ ସ୍ଥାନରେ ପାଣିଝର ସୃଷ୍ଟି ହୋଇଥିବା ପରିଲକ୍ଷିତ ହୋଇଛି। ତେବେ ଉଭୟ ନଦୀର ଜଳସ୍ତର ହ୍ରାସ ପାଉଥିବା ଯୋଗୁଁ ନଦୀବନ୍ଧ ପ୍ରତି କୌଣସି ବିପଦ ନଥିବା ସଂପର୍କରେ ଉତ୍ତରା ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ ଜିତୁକୃଷ୍ଣ ନନ୍ଦ ସୂଚନା ଦେଇଛନ୍ତି।

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories