www.samajalive.in
Saturday, December 6, 2025
19.1 C
Bhubaneswar

୨୦ ମିନିଟି ମଧ୍ୟରେ ଅତ୍ୟଧିକ ପାଣି ପିଇବାରୁ ମହିଳାଙ୍କର ମୃତ୍ୟୁ

ନ୍ୟୁୟର୍କ- ଶରୀର ପାଇଁ ପାଣିର ଆବଶ୍ୟକତା ରହିଛି । ହେଲେ ଏକା ଥରକେ କିମ୍ବା ଅଳ୍ପ ସମୟ ବ୍ୟବଧାନରେ ଅତ୍ୟଧିକ ପାଣି ପିଇଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।। ୨୦ ମନିଟ୍‌ ବ୍ୟବଧାନରେ ୨ ଲିଟର ପାଣି ପିଇବାରୁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ଆମେରିକାର ଇଣ୍ଡିଆନାରେ ରହୁଥିବା ୩୫ ବର୍ଷିୟ ଆଶେଲୀ ସମର୍ସ ୨୦ ମିନିଟ୍‌ ଭିତରେ ୨ ଲିଟର ପାଣି ପିଇ ଦେଇଥିଲେ । ଅତ୍ୟଧିକ ଗରମ ହେଉଥିବାରୁ ସେ ଅଧିକ ପାଣି ପିଇଥିଲେ ।

ଅତ୍ୟଧିକ ପାଣି ପିଇବାରୁ ଏହାର ପାର୍ଶ୍ୱପ୍ରତିକ୍ରିୟା ଦେଖା ଦେଇଥିଲା । ମହିଳାଙ୍କ ମୁଣ୍ଡ ବିନ୍ଧିଥିଲା । ପରେ ସେ ତାଙ୍କର ଗ୍ୟାରେଜ୍‌ ନିକଟରେ ବେହୋଶ୍‌ ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା ।

- Advertisement -

ଅଧିକ ପାଣି ପିଇବାରୁ ଓ୍ୱାଟର ଟିକ୍ସିସିଟି ବା ଜଳ ବିଷକ୍ରିୟା ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ । ଓ୍ୱାଟର ଟକ୍ସିସିଟିରେ ମାଂସପେଶୀରେ ଦରଜ ବାନ୍ତି ଏବଂ ମୁଣ୍ଡ ବିନ୍ଧା ପରି ଲକ୍ଷଣ ଦେଖାଦେଇଥାଏ । ଏହାର ସାରା ବିଶ୍ୱରେ ଖୁବ୍‌କମ୍‌ ଦେଖାଯାଏ ବୋଲି ଡାକ୍ତର ବ୍ଲାକେ ଫୋରବର୍ଗ କହିଛନ୍ତି । ସେ ଟକ୍ସିକୋଲଜିଷ୍ଟ । ସମର୍ସଙ୍କ ହୃଦୟ, ଯକୃତ, କୀଡନୀ, ଫୁସ୍‌ଫୁସ୍‌ ଏବଂ ଅସ୍ଥି ମଜ୍ଜାକୁ ଅନ୍ୟ ଲୋକଙ୍କୁ ଦାନ କରାଯାଇଛି । ଏହା ଦ୍ୱାରା ଅନ୍ୟ ଲୋକଙ୍କର ଜୀବନ ରକ୍ଷା କରାଯାଇଛି ।

Hot this week

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

Related Articles

Popular Categories