ହୀରାକୁଦ : ଅପରାହ୍ଣରେ ଖୋଲିବ ହୀରାକୁଦ ଡ୍ୟାମ୍ ଗେଟ୍। ହୀରାକୁଦ ଜଳସ୍ତର ବଢୁଥିବାରୁ ଅଧିକ ଗେଟ୍ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ସାମ୍ବାଦିକ ସମ୍ମିଳନୀରେ ଆଜି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି। କାଲି ଛତିଶଗଡ ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବୃଦ୍ଧି ପାଇଛି। ବର୍ତ୍ତମାନ ହୀରାକୁଦର ୨ଟି ଗେଟ୍ ଖୋଲାଅଛି। ହୀରାକୁଦକୁ ସେକେଣ୍ଡ ପ୍ରତି ୪ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି। ହୀରାକୁଦରୁ ୬୯ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି। ବର୍ତ୍ତମାନ ବରିମୂଳ ଓ ଖଇରାମାଳରେ ଜଳପ୍ରବାହ କମୁଛି। ତେଣୁ ଅପରାହ୍ନରେ ହୀରାକୁଦ ଗେଟ୍ ଖୋଲାଯିବ ବୋଲି ସର୍ବୋଚ୍ଚ ଯନ୍ତ୍ରୀଙ୍କ ପକ୍ଷରୁ ସୂଚନା ମିଳିଛି।
Popular Categories



