www.samajalive.in
Monday, December 15, 2025
26.1 C
Bhubaneswar

ନିୟନ୍ତ୍ରଣ ବାହାରେ ଡାଲି ଦର

ନୂଆଦିଲ୍ଲୀ : ଦେଶରେ ଅତ୍ୟାବଶକ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ପନିପରିବା ଓ ମସଲା ସହିତ ଅଧିକାଂଶ ଖାଦ୍ୟ ପଦାର୍ଥର ଦର ବୃଦ୍ଧି ପାଇଛି। ବିଲାତି ବାଇଗଣ ଓ ମସଲା ପରେ ଏବେ ଡାଲିଜାତୀୟ ଶସ୍ୟର ମୂଲ୍ୟବୃଦ୍ଧି ହୋଇଛି। ଗତ ଏକ ମାସ ହେଲା ଡାଲି ମୂଲ୍ୟରେ ଲଗାତାର ବୃଦ୍ଧି ହୋଇ ଚାଲିଛି। ହରଡ ଡାଲି ମୂଲ୍ୟ କିଲୋ ପିଛା ୧୦୦ରୁ ୧୨୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିଲା। ଏବେ ଏହି ଡାଲି ଦର କେଜି ପିଛା ୨୦୦ ଟଙ୍କାକୁ ଛୁଇଁଛି। ବ୍ୟବସାୟୀ ଡାଲିର କଳାବଜାରୀ କରୁଥିବା ସରକାର ସନ୍ଦେହ କରୁଥିଲେ। ଏଣୁ ଡାଲିର ମୂଲ୍ୟ ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଗତ ମାର୍ଚ୍ଚ ମାସରୁ ଉଦ୍ୟମ କଲେଣି। ଏଥି ପାଇଁ ପ୍ରଥମେ ଡାଲିର ଷ୍ଟକ୍ ଓ କଳାବଜାରୀ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରିଥିଲେ। ଏହି କମିଟି ବିଭିନ୍ନ ରାଜ୍ୟରେ ଅଧିକାରୀଙ୍କ ସହ ମିଶି ଚଢଉ ମଧ୍ୟ କରିଥିଲେ। ଏଥିରେ ତାମିଲନାଡୁ ସମେତ ଅନେକ ରାଜ୍ୟରେ ଚଢଉ ହୋଇଥିଲା, ଏହାସତ୍ତ୍ୱେ ଡାଲି ମୂଲ୍ୟ କମିବା ପରିବର୍ତ୍ତେ ବଢିବଢି ଚାଲିଛି। ଏଣୁ ସରକାର ଡାଲି ଷ୍ଟକ୍‌ ସୀମା ଧାର୍ଯ୍ୟ କରିଦେଇଛନ୍ତି। କେନ୍ଦ୍ର ସରକାର ଜୁନ ୨ ତାରିଖରେ ଡାଲି ଷ୍ଟକ୍‌ ଧାର୍ଯ୍ୟ କରିଥିଲେ। ଦେଶରେ ଏହି ଷ୍ଟକ୍ ସୀମା ଜୁନ ୨ ତାରିଖରୁ ପ୍ରଭାବୀ ହୋଇଥିଲା। ଏହା ୩୧ ଅକ୍ଟୋବର ପର୍ଯ୍ୟନ୍ତ ଜାରି ରହିବ। ସରକାରଙ୍କ ପକ୍ଷରୁ ଧାର୍ଯ୍ୟ ସୀମାଠାରୁ ଯଦି କେହି ଅଧିକ ଡାଲି ଷ୍ଟକ୍ ରଖିଥାନ୍ତି ତେବେ ସମ୍ପୃକ୍ତ ବ୍ୟବସାୟୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା। ଏହି ଷ୍ଟକ୍‌ ଲିମିଟ୍ ପାଇକାରୀ ବିକ୍ରେତା, ରିଟେଲର୍ସ, ମିଲ୍ ମାଲିକଙ୍କ ସମେତ ଆମଦାନୀକାରୀଙ୍କ ଉପରେ ମଧ୍ୟ ଲାଗୁ ହୋଇଥିଲା। ସରକାରଙ୍କ ଆଦେଶ ଅନୁସାରେ ରିଟେଲର ୫ ଟନରୁ ଅଧିକ ଡାଲି ଷ୍ଟକ୍‌ କରିପାରିବେନି। ସେହିପରି ପାଇକାରୀ ବ୍ୟବସାୟୀ ଓ ଆମଦାନୀକାରୀ ୨୦୦ ଟନରୁ ଅଧିକ ଡାଲି ଷ୍ଟକ୍ ରଖିବାକୁ ମନା ହୋଇଥିଲା। ଏହା ସତ୍ତ୍ୱେ ଦେଶରେ ଡାଲି ଦର ବୃଦ୍ଧି ପାଇବାରେ ଲାଗିଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories