www.samajalive.in
Wednesday, December 10, 2025
14.1 C
Bhubaneswar

ହାତୀ ପାଇଁ ରେଞ୍ଜରଙ୍କ ସମେତ ୬ ବନକର୍ମଚାରୀଙ୍କୁ ଆକ୍ରମଣ

ନୀଳଗିରି : ନୀଳଗିରିର ହାତିମୁଣ୍ଡା ଗାଁରେ ହାତୀ ପାଇଁ ରେଞ୍ଜରଙ୍କ ସମେତ ୬ ବନକର୍ମଚାରୀ ଗ୍ରାମବାସୀଙ୍କ ଆକ୍ରମଣରେ ଆହତ ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ନୀଳଗିରି ଅଞ୍ଚଳରେ ହାତୀ ଉପଦ୍ରବ କରୁଛି। ଝାଡ଼ଖଣ୍ଡୀ ହାତୀ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟାଉଥିବା ବେଳେ, ହାତୀଙ୍କୁ ଘଉଡ଼ାଇବାକୁ ଲୋକେ ବାରମ୍ବାର ଦାବି କରୁଛନ୍ତି।
ଶୁକ୍ରବାର ରାତିରେ ଏହି ଗାଁରେ ନୀଳଗିରି ରେଞ୍ଜରଙ୍କ ସହ ଫରେଷ୍ଟ ଗାର୍ଡ଼ ଓ ବନ କର୍ମଚାରୀ ଉପସ୍ଥିତ ଥିଲେ। ଏହି ସମୟରେ ଗ୍ରାମବାସୀ ଏବଂ ବନ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଉତ୍ତ୍ୟକ୍ତ  ଲୋକେ ରେଞ୍ଜର ଏବଂ ବନ କର୍ମଚାରୀଙ୍କୁ ମାଡ଼ ମାରିବା ସହ ବନ କର୍ମଚାରୀଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ଲୋକେ ଛତ୍ରଭଙ୍ଗ ଦେଇଥିଲେ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆ ନ ଗଲେ ହାତୀ ଘଉଡ଼ା କାର୍ଯ୍ୟ ବନ୍ଦ ରହିବ ବୋଲି ଏସିଏଫ୍‍ କହିଥିବା ସୂଚନା ମିଳିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories