www.samajalive.in
Tuesday, December 9, 2025
15.1 C
Bhubaneswar

ଶ୍ରୀ ରାଧା ପାଦ ଦର୍ଶନ ପାଇଁ ସାକ୍ଷୀଗୋପାଳ ମନ୍ଦିରରେ ଭକ୍ତଙ୍କ ଭିଡ

ସୁଆଣ୍ଡୋ : ଶନିବାର ସକାଳରୁ ସାକ୍ଷୀଗୋପାଳ ମନ୍ଦିରରେ ମା’ ରାଧାରାଣୀଙ୍କ ପାଦଦର୍ଶନ ଆରମ୍ଭ ହୋଇଛି। ବାରିକେଡ୍‌ ଦେଇ ଶ୍ରଦ୍ଧାଳମାନେ ଧାଡ଼ିରେ ଯାଇ ରାଧାରାଣୀଙ୍କ ଓଡ଼ିଆଣୀ ବେଶ ଦର୍ଶନ କରୁଛନ୍ତି। ବିଳମ୍ବିତ ରାତିରୁ ଠାକୁରଙ୍କ ନୀତିକାନ୍ତି ଶେଷ ହେବା ପରେ ପ୍ରଥମେ ସେବାୟତଙ୍କ ପରିବାର ସଦସ୍ୟମାନେ ଦର୍ଶନ କରିଥିଲେ। ଏହାପରେ ସାହାଣମେଲା ଦର୍ଶନ ଆରମ୍ଭ ହୋଇଛି। ପାନୀୟ ଜଳ ବଣ୍ଟନ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁମାନେ ଯେପରି ସୁବିଧାରେ ଦର୍ଶନ କରିପାରିବେ ସେଥିପାଇଁ ଆରକ୍ଷୀ ବିଭାଗ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା ହୋଇଛି। ଅଗ୍ନିଶମ ବିଭାଗ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କ୍ୟାମ୍ପ ଖୋଲାଯାଇଛି। ମେଳା ପଡ଼ିଆରେ ମୀନା ବଜାର ଉଦଘାଟିତ ହୋଇଛି। ବସ ଷ୍ଟାଣ୍ଡ ଠାରୁ ଆରମ୍ଭ କରି ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଉଠାଦୋକାନୀଙ୍କ ପସରା ଜମିଛି। ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମନ୍ଦିର ପରିସରରେ ଥିବା ଅଁଳା ବୃକ୍ଷ ମୂଳରେ ହବିଷିଆଳିମାନେ ମୁରୁଜରେ ଚିତା ପକାଇ ଗଛରେ ନୂତନ ବସ୍ତ୍ର ପିନ୍ଧାଇ ଧୂପ ଦୀପ ଅର୍ପଣ କରି ହୁଳହୁଳି ପକାଇ ପୂଜାର୍ଚ୍ଚନା କରୁଛନ୍ତି। ସାଧୁସନ୍ଥମାନେ ମଧ୍ୟ ଧାଡ଼ିରେ ଯାଇ ଦର୍ଶନ କରିଛନ୍ତି। ଅଁଳା ନବମୀ ପାଇଁ ସାକ୍ଷୀଗୋପାଳ ଆଜି ଉତ୍ସବମୁଖର ହୋଇଉଠିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories