www.samajalive.in
Sunday, December 14, 2025
15.1 C
Bhubaneswar

“ସମ୍ବଲପୁରୀ ଦିନ୍‌”ର ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର : ଆଜି ‘ସମ୍ବଲପୁରୀ ଦିନ’ ପାଳୁଛି ପଶ୍ଚିମ ଓଡ଼ିଶା । ଏହି ଅବସରରେକେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ପଶ୍ଚିମ ଓଡ଼ିଶାବାସୀଙ୍କୁ “ସମ୍ବଲପୁରୀ ଦିନ୍‌” ର ଶୁଭେଚ୍ଛା ଜଣାଇଛନ୍ତି।ଆଜିର ଅବସରରେ ସମସ୍ତେ ମିଳିମିଶି ଆମର ମହାନ ଓ ଅନନ୍ୟ ସଂସ୍କୃତିକୁ ସମଗ୍ର ଦୁନିଆରେ ପ୍ରଚାର ପ୍ରସାର କରିବା ପାଇଁ ଆହ୍ୱାନ କରିଛନ୍ତି ।

ଶ୍ରୀ ପ୍ରଧାନ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ, ଆଜି ଗୁରୁ ଶ୍ରୀ ସତ୍ୟନାରାୟଣ ବହିଦାରଙ୍କର ଜନ୍ମ ଦିନ । ଏହି ମହାପୁରୁଷଙ୍କ ଜନ୍ମଦିନ ଅବସରରେ ପାଳନ ହେଉଥିବା “ସମ୍ବଲପୁରୀ ଦିନ୍‌” ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଓ ସେହି ମହାନ ବିଭୂତିଙ୍କ ଶ୍ରଦ୍ଧାଞ୍ଜଳି । ଦୀର୍ଘ ଦଶ ବର୍ଷ ଧରି “ସମ୍ବଲପୁରୀ ଦିନ୍‌” ପାଳନ ହେବା ଖୁସିର ବିଷୟ । ଏହା ଏବେ ଏକ ସାଂସ୍କୃତିକ ଆନ୍ଦୋଳନର ରୂପ ନେଇଛି ଏବଂ ଏହି ସାଂସ୍କୃତିକ ଆନ୍ଦୋଳନରେ ନୂଆପିଢିର ପିଲାମାନେ ଉତ୍ସାହର ସହ ଯୋଡି ହେଉଛନ୍ତି ।

- Advertisement -

ସମ୍ବଲପୁର ଅଞ୍ଚଳର ଜୀବନଶୈଳୀରେ ଅନ୍ୟକୁ ଆପଣାଇବାର ଭାବଟି ଗଭୀର ଭାବରେ ଅନାଦିକାଳରୁ ରହି ଆସିଛି । ଏହି ଅଞ୍ଚଳର ଭାଷା ବହୁତ ମଧୁର । ଏଠାକାର ହାତବୁଣା କପଡା, ଗୀତ, ନାଚ, ଖାଦ୍ୟପେୟ ସମଗ୍ର ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିଛି । ସମ୍ବଲପୁର ଅଞ୍ଚଳର ଅନନ୍ୟ ସଂସ୍କୃତିକୁ ଆଧାର କରି ଭାଇଚାରା ବଢାଇବା ପାଇଁ “ସମ୍ବଲପୁରୀ ଦିନ୍‌” ବାର୍ତ୍ତା ଦେଉଛି । ମାଁ ସମଲେଇ ସମସ୍ତଙ୍କ ଜୀବନକୁ ନିରାମୟ କରି ରଖିଥାଆନ୍ତୁ ବୋଲି ଶ୍ରୀ ପ୍ରଧାନ ପ୍ରାର୍ଥନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories