www.samajalive.in
Sunday, December 14, 2025
26.1 C
Bhubaneswar

ଓଏଏସ୍ ପାଇଲେ ଅର୍ଚ୍ଚନା  

ପାଟଣା :  ପାଟଣା ବ୍ଲକ ଅଞ୍ଚଳ ତୁରମୁଙ୍ଗା ନିକଟସ୍ଥ ଝାରବେଡା ଗ୍ରାମର ତ୍ରିଲୋଚନ ବାରିକଙ୍କ ଝିଅ ଅର୍ଚ୍ଚନା ବାରିକ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ସେ ୧୬୩ ର‌୍ୟାଙ୍କରେ ଏହି ସଫଳତା ପାଇଛନ୍ତି । ଅର୍ଚ୍ଚନା ଦଶମ ପର୍ଯ୍ୟନ୍ତ ତୁରୁମୁଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, +୨ ବିଜ୍ଞାନ ଯାଜପୁରରୋଡ ସ୍ଥିତ ଏକସେଲସିୟର ଜୁନିୟର କଲେଜ ଓ +୩ ବିଜ୍ଞାନ ଧରଣୀଧର ସୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟୟନ କରିଥିଲେ। +୩ ରେ ସଫଳତା ସହ ଉତ୍ତୀର୍ଣ୍ଣ ପରେ ସେ ଗାଁରେ ରହି ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ। ବିଦ୍ୟାଳୟ ସମୟରୁ ସେ ମେଧାବୀ ଓ ନମ୍ର ସ୍ୱଭାବର ଥିଲେ । ତାଙ୍କ ପିତା ତ୍ରିଲୋଚନ ବାରିକ ତୁରୁମୁଙ୍ଗା ଛକରେ ବ୍ୟବସାୟ କରୁଥିବାବେଳେ ମାତା ପ୍ରମିଳା ବାରିକ ଗୃହିଣୀ ଅଟନ୍ତି। ତାଙ୍କ ସଫଳତା ପାଇଁ ସେ ପିତା ମାତା, ଗୁରୁଜନ, ଗୁରୁଜି ଗୁରୁମା ମାନଙ୍କୁ ଶ୍ରେୟ ଦେଇଛନ୍ତି । ତାଙ୍କ ସଫଳତାରେ ସ୍ଥାନୀୟ ତୁରୁମୁଙ୍ଗା ଅଂଚଳବାସୀ ଖୁସିବ୍ୟକ୍ତ କରିବା ସହ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories