www.samajalive.in
Sunday, December 14, 2025
16.1 C
Bhubaneswar

ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ; ଗୋଟିଏ କୋଠରୀରେ ୫ ଶ୍ରେଣୀର ୬୫ ପିଲା

କଲମପୁର: କେଉଁଠି ଶିକ୍ଷକ ଅଭାବ ତ କେଉଁଠି ଛାତ୍ର ଅଭାବ, ପୁଣି କେଉଁଠି ଶ୍ରେଣୀ କୋଠରୀର ଅଭାବ। ଏ ହେଉଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକର ପ୍ରାଥମିକ ଶିକ୍ଷାର ଚିତ୍ର। ଛାତ୍ର ଅଭାବ ଯୋଗୁଁ ବନ୍ଦ ହେଉଛି ବିଦ୍ୟାଳୟ। କିନ୍ତୁ ଶ୍ରେଣୀ କୋଠରୀ ଅଭାବ ଅଥବା ଶିକ୍ଷକ ଅଭାବ ଦିଗରେ ପଦକ୍ଷେପ ନିଆଯାଉ ନାହିଁ। ଯେଉଁଥିପାଇଁ ଦିନକୁ ଦିନ ପ୍ରାଥମିକ ଶିକ୍ଷା ଏବେ ଦୟନୀୟ ହେବାରେ ଲାଗିଛି। ଯାହାର ଏକ ଜ୍ୱଳନ୍ତ ଉଦାହରଣ ବାବୁକେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟ।

ସୂଚନା ଅନୁସାରେ, କଲମପୁର ବ୍ଲକ ବାବୁକେନ୍ଦୁଗୁଡା ଗ୍ରାମଠାରେ ୧୯୮୬ ମସିହାରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହେଇଥିଲା। ବର୍ତମାନ ଏହି ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ମଧ୍ୟରେ ୬୫ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କର୍ଲାପଡ଼ା ପ୍ରାଥମିକ ବିଦ୍ୟାଳୟ ଏବଂ ଘର୍ଲା ପ୍ରାଥମିକ ବିଦ୍ୟାଳୟରେ ଛାତ୍ର ଉପସ୍ଥାନ ୨୫ ତଳକୁ ହ୍ରାସ ପାଇବା ଯୋଗୁଁ ଏହି ଦୁଇ ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି। ଏହି ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାବୁକେନ୍ଦୁଗୁଡା ବିଦ୍ୟାଳୟରେ ସଂଯୋଗ କରାଯାଇଛି। ସେହିଭଳି ପଡୋଶୀ କଦଳିଚୁଆଁ ଗ୍ରାମର ପ୍ରାଥମିକ ବିଦ୍ୟାଳୟ କୋଠା ବିପଦସଙ୍କୁଳ ହେବା ପରେ ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ମଧ୍ୟ ବାବୁକେନ୍ଦୁଗୁଡା ପ୍ରାଥମିକ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ୪ ଗୋଟି ବିଦ୍ୟାଳୟର ସର୍ବମୋଟ ୬୫ ଜଣ ଛାତ୍ରଛାତ୍ରୀ ଗୋଟିଏ ବିଦ୍ୟାଳୟର ଗୋଟିଏ ମାତ୍ର ଶ୍ରେଣୀ ଗୃହରେ ପାଠ ପଢ଼ୁଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ଦୁଇ ଜଣ ଶିକ୍ଷକ ନିୟୋଜିତ ହେଇଛନ୍ତି। ଗତ ୫ବର୍ଷ ଧରି ଏହି ସମସ୍ୟା ଲାଗି ରହିଛି। ଅନ୍ୟପଟେ କଦଳିଚୁଆଁ ପ୍ରାଥମିକ ବିଦ୍ୟାଳୟ ଅର୍ଦ୍ଧନିର୍ମାଣ ଅବସ୍ଥାରେ ପଡ଼ି ରହିଥିଲେ ମଧ୍ୟ ନା ପ୍ରଶାସନ ନା ଶିକ୍ଷା ବିଭାଗ ଏଥିପ୍ରତି ଗୁରୁତ୍ୱ ଦେଉଛନ୍ତି। ଯେଉଁଥିପାଇଁ ଅନେକ ଅବିଭାବକ ନିଜ ନିଜ ସନ୍ତାନଙ୍କୁ ଜୁନାଗଡ଼ କଲମପୁର ମୁଖ୍ୟ ରାସ୍ତା ପାରି ହେଇ ବିଦ୍ୟାଳୟ ପଠାଇବା ପାଇଁ ଅମଙ୍ଗ ହେଉଛନ୍ତି। ସେହିଭଳି କର୍ଲାପଡ଼ାଠାରୁ ବାବୁକେନ୍ଦୁଗୁଡାକୁ ସଂଯୋଗ କରୁଥିବା ରାସ୍ତା ପାର୍ଶ୍ବରେ ଏକ ପୋଖରୀ ରହିଥିବାରୁ ଶିଶୁମାନେ ନିରାପଦ ନୁହନ୍ତି।

- Advertisement -

ଅନ୍ୟପଟେ ଘର୍ଲା ଗ୍ରାମଠାରୁ ବାବୁକେନ୍ଦୁଗୁଡା ଗ୍ରାମର ଦୂରତ୍ୱ ପ୍ରାୟ ଦେଢ କିଲୋମିଟରରୁ ଅଧିକ ହେବ। ତେଣୁ କୋମଳମତି ଶିଶୁଙ୍କ ପାଇଁ ପ୍ରାଥମିକ ଶିକ୍ଷା ପାଇବା କଷ୍ଟକର ହେଇ ପଡୁଛି। ଅନ୍ୟପଟେ ସରକାଙ୍କ ସ୍ତରରେ ପ୍ରାଥମିକ ଶିକ୍ଷା ପାଇଁ ଶିକ୍ଷା ଅଧିକାର ଆଇନ ୨୦୦୬ ଆଇନ ପ୍ରଣୟନ କରାଯାଇଥିଲେ ମଧ୍ୟ ଏହି ଶିଶୁଙ୍କ ପାଇଁ ଏହି ଆଇନ ବାଟବଣା ହେଇଯାଇଛି। ଅନ୍ୟପଟେ ସରକାରୀ ବିଦ୍ୟାଳୟର ଏଭଳି ଦୟନୀୟ ଅବସ୍ଥା ପାଇଁ ଅଳ୍ପ ମାତ୍ରାରେ ଆର୍ଥିକ ସ୍ୱଚ୍ଛଳ ବର୍ଗର ଲୋକ ବେସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ସରକାର ଉଚ୍ଚ ବିଦ୍ୟାଳୟ ସବୁକୁ ୫ଟି ମାଧ୍ୟମରେ ରୂପାନ୍ତରିକରଣ କରାଇ ବାଃ ବାଃ ନେଉଥିବା ବେଳେ ମୂଳଦୁଆ କିନ୍ତୁ ଭୁଷୁଡ଼ି ଚାଲିଛି। ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ବିଦ୍ୟାଳୟ ପ୍ରତି ସରକାର ଗୁରୁତ୍ୱ ଦେଉନଥିବାରୁ ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ୍ଣ ଠପ୍‌‌ ହେଇଯିବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ। ଏନେଇ କଲମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ମଧୁସ୍ମିତା ନାଏକଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ କରାଯାଇଥିଲେ ମଧ୍ୟ ସେ ଏକ ତାଲିମ କାର୍ଯ୍ୟରେ ନିୟୋଜିତ ହେଇଥିବାରୁ ତାଙ୍କର କୌଣସି ମତାମତ ମିଳି ପାରି ନାହିଁ। ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମାଧ୍ୟମରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନର ଘୋଷଣା କରିଛନ୍ତି। ଏହାର ପ୍ରାଥମିକତା ଜଗନ୍ନାଥ ସଂସ୍କୃତିର ପୁନଃ ଉଦ୍ଧାର ପାଇଁ ୧୦ ଲକ୍ଷ ଓ ଅନ୍ୟ ୪୦ ଲକ୍ଷ ପ୍ରାଥମିକ ଶିକ୍ଷା ସମେତ ଅନ୍ୟ ଆନୁସଙ୍ଗି ବ୍ୟବସ୍ଥା ନେଇ ନିର୍ଦ୍ଦେଶ ରହିଛି। କିନ୍ତୁ ସ୍ଥାନୀୟ ବିଜୁ ଜନାତ ଦଳର କର୍ମୀଙ୍କ ମାଧ୍ୟମରେ ଏହି ପ୍ରକଳ୍ପ ସବୁ ପ୍ରସ୍ତୁତ କରାଯାଇଥିଲେ ମଧ୍ୟ ଏହି ବାବୁକେନ୍ଦୁଗୁଡା ଭଳି ବିଦ୍ୟାଳୟ ପ୍ରତି ଗୁରୁତ୍ୱ ଦେଇନଥିବା ପରିତାପର ବିଷୟ। କେବଳ ବାବୁକେନ୍ଦୁଗୁଡା ନୁହେଁ ବ୍ଲକରେ ୨୦ରୁ ଅଧିକ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ତଥା ବିପଦସଂକୁଳ ଅବସ୍ଥାରେ ରହିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories