www.samajalive.in
Saturday, December 6, 2025
26.1 C
Bhubaneswar

ରାଜଧାନୀରେ ବର୍ଷା ବିତ୍ପାତ: ମୁଖ୍ୟ ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାପାଣି, ତଳିଆ ଅଞ୍ଚଳ ଜଳାର୍ଣ୍ଣବ

ଭୁବନେଶ୍ବର : ରାଜଧାନୀରେ ବର୍ଷା ବିତ୍ପାଦ ଦେଖିବାକୁ ମିଳିଛି। ଦିନ ୨ଟାରୁ ଝିପି ଝିପି ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ଅପରାହ୍ଣରେ ବର୍ଷାର ପରିମାଣ ବଢ଼ିଥିଲା। ସନ୍ଧ୍ୟାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହୋଇଥିଲା। ଦୁଇ ଘଣ୍ଟାର ଅତି ପ୍ରବଳ ବର୍ଷାରେ ରାଜଧାନୀ ଭୁବନେଶ୍ବର ଅବସ୍ଥା ବେହାଲ୍ ହୋଇଯାଇଥିଲା। ସହରର ଅଧିକାଂଶ ଅଞ୍ଚଳରେ ମୁଖ୍ୟରାସ୍ତାରେ ବର୍ଷାପାଣି ଲହଡି ଭାଙ୍ଗିଥିଲା। ତଳିଆ ଅଞ୍ଚଳଗୁଡ଼ିକ ଜଳାର୍ଣ୍ଣବ ହୋଇଯାଇଛି। ରାସ୍ତାଗୁଡ଼ିକରେ ପାଣି ଭର୍ତ୍ତି ହୋଇ କୃତ୍ରିମ ନଦୀର ଭ୍ରମ ସୃଷ୍ଟି କରୁଛି। ରାଜଧାନୀରେ ପ୍ରବଳ ବର୍ଷା ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ରାସ୍ତାରେ ପାଣି ଜମି ରହିଥିବାରୁ ଲମ୍ବାଧାଡ଼ିରେ ଗାଡ଼ିମଟର ଅଟକି ରହିଥିଲା।

ଭୁବନେଶ୍ବରରେ ଲଗାତର ପ୍ରବଳ ବର୍ଷା ଯୋଗୁ ଅଧିକାଂଶ ଅଞ୍ଚଳରେ ବର୍ଷାପାଣିଲହଡି ଭାଙ୍ଗଛି। ସହରର ମୁଖ୍ୟରାସ୍ତାଗୁଡ଼ିକରେ ଆଣ୍ଠୁଏ ଉଚ୍ଚତାର ପାଣି ଚାଲୁଥିବାରୁ ବନ୍ୟା ଭଳି ଦୃଶ୍ୟ ପରିଲକ୍ଷିତ ହୋଇଛି। ଭୁବନେଶ୍ବରର ଅନ୍ୟତମ ମୁଖ୍ୟରାସ୍ତା କଳିଙ୍ଗ ଷ୍ଟାଡିୟମଠାରୁ ପୁଲିସ କମିସନରେଟ୍ ମଧ୍ୟରେ ରାସ୍ତାରେ ବର୍ଷାପାଣି ଡିଭାଇଡର୍ ଉପରେ ବହୁଛି। ସେହିପରି ଇସ୍କନ୍ ସାମ୍ନାରେ ମଧ୍ୟ ଗାଡ଼ି ବୁଡ଼ିଯିବା ଭଳି ପାଣି ହୋଇଛି। ରସୁଲଗଡ଼ଠାରୁ କଳ୍ପନା ଯାଇଥିବା କଟକ ରୋଡର ବହୁସ୍ଥାନରେ ପ୍ରବଳ ପାଣି ଯୋଗୁ ଯାନବାହନ ଚଳାଚଳ କରିବା ବିପଜ୍ଜନକ ହୋଇପଡ଼ିଛି। ଲକ୍ଷ୍ମୀସାଗର ଛକ ଓ ଏସପ୍ଲାନେଡ୍ ମଲ୍ ସାମ୍ନାରେ ବର୍ଷା ପାଣିରେ ଗାଡ଼ିର ଚକ ବୁଡ଼ି ଯାଉଛି।

- Advertisement -

ସେହପରି ଶିଶୁଭବନ ଛକଠାରୁ ନବୀନ ନିବାସକୁ ଯାଇଥିବା ରାସ୍ତାରେ ବି ବର୍ଷାପାଣିର ଲହଡି ଭାଙ୍ଗୁଛି। ଅନ୍ୟପକ୍ଷରେ ବର୍ଷାରେ ବେହାଲ ହୋଇଯାଇଛି ପୁରୁଣା ଭୁବନେଶ୍ବର। ବିବେକାନନ୍ଦ ମାର୍ଗ ଓ ରଥ ରୋଡରେ ଅଣ୍ଟାଏ ଉଚ୍ଚର ପାଣି ରାସ୍ତାରେ ଚାଲିଥିବା ଜଣାପଡ଼ିଛି। ରବି ଟକିଜ ଛକରେ ମଧ୍ୟ ବର୍ଷାପାଣି ଜମି ରହିଥିଲା। ରାଜଧାନୀରେ ରାସ୍ତାଘାଟ ବୁଡ଼ି ରହିଥିବାରୁ ବହୁସ୍ଥାନରେ ଟ୍ରାଫିକ ଜାମ୍ ଦେଖିବାକୁ ମିଳିଛି। ରାଜଧାନୀରେ ପ୍ରବଳ ବର୍ଷା ସହ ଘନ ଘନ ବିଜୁଳି କାଟ ହୋଇଥିଲା। ଫଳରେ ଲୋକେ ବିଭିନ୍ନ ସମସ୍ୟା ଭୋଗିଥିଲେ। ଘଡ଼ଘଡ଼ି ସହ ବର୍ଷା ଆରମ୍ଭ ହେବାଠାରୁ ବିଜୁଳି କାଟ ହୋଇଥିଲା। ବିଜୁଳି କାଟ ହୋଇଥିବାରୁ ରାସ୍ତାର ଅନ୍ଧାର ହୋଇଯାଇଛି ଏବଂ ପାଣି ଭିତରେ ଫଶି ଯାଇଥିବା ଯାନବାହନ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଘଟଣା ସାମ୍ନାକୁ ଆସିଛି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories