www.samajalive.in
Sunday, December 14, 2025
26.1 C
Bhubaneswar

୮ବର୍ଷ ପରେ ହତ୍ୟା ଅଭିିଯୁକ୍ତ ଗିରଫ

ଆଠଗଡ :  ଆଠଗଡ ଥାନା ଅନ୍ତର୍ଗତ ବୀରକିଶୋରପୁର ନିକଟବର୍ତ୍ତୀ ଶୀତଳଭଣ୍ଡାର ପଛପାଖରେ ଗତ ୨୦୧୫ମସିହାରେ ଜଳଧର ସାହୁୁ ନାମକ ଜଣେ ଗାଡିଚାଳକଙ୍କୁ କଟୁରୀରେ ହାଣି ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ସେହିଦିନଠାରୁ ଫରାର ହୋଇଯାଇଥିଲା । ତେଣୁ ପୁଲିସ ମୁଖ୍ୟ ଅଭିିଯୁକ୍ତ ବୀରକିଶୋରପୁରର ଭାଗୀ ବେହେରାଙ୍କ ପୁଅ ମିଲନ ବେହେରାକୁ ବହୁ ଖୋଜାଖୋଜି ପରେ ମଧ୍ୟ ଗିରଫ କରିପାରିନଥିଲା । ତେବେ କୌଣସି ସୁତ୍ରରୁ ଖବର ପାଇ ଆଠଗଡ ଥାନାର ଭାରପ୍ରାପ୍ତ ଆଇଆଇସି ବିଶ୍ୱଜିତ୍‌‌ ଜେନା ମିଲନକୁ ରବିବାର ସକାଳେ ଚାନ୍ଦବାଲିଛକରୁ ଗିରଫ କରିଥିବା ଜଣାପଡିଛି । ଗିରଫ ମିଲନକୁ ରବିବାର କୋର୍ଟ ଚାଲାଣ କରାଯାଇଥିବା ଆଠଗଡ ପୁଲିସ ପକ୍ଷରୁ ସୂଚନା ମିଳିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories