www.samajalive.in
Sunday, December 14, 2025
26.1 C
Bhubaneswar

ଅସମ୍ପୂର୍ଣ୍ଣ ପାର୍କର ଶୋଚନୀୟ ଅବସ୍ଥା, ଶୀଘ୍ର କାମ ସଂପୂର୍ଣ୍ଣ କରିବାକୁ ଦାବୀ

ରେଙ୍ଗାଲି: ଆଜି ରେଙ୍ଗାଲିରେ ଗତ ୫ବର୍ଷ ହେଲା ସମ୍ବଲପୁର ଉନ୍ନୟନ ପ୍ରାଧିକରଣ ପକ୍ଷରୁ ନିର୍ମିତ ଅସମ୍ପୂର୍ଣ ଅବସ୍ଥାରେ ପଡିଥିବା ପାର୍କ୍ ପରିଦର୍ଶନ କରିବାକୁ ପ୍ରାଧିକରଣର ପୂର୍ବତନ ଅଧ୍ୟକ୍ଷ ବିଜୟ କୁମାର ମହାନ୍ତି ଏବଂ ରେଙ୍ଗାଲି ଅଞ୍ଚଳର ନିର୍ବାଚିତ ପ୍ରତିନିଧି ତଥା ସଚେତନ ନାଗରିକ ମାନଙ୍କ ସହିତ ପାର୍କରେ ସମବେତ ହୋଇଥିଲେ। ପାର୍କର ଦୟନୀୟ ଅବସ୍ଥା ଦେଖି ପୂର୍ବତନ ଏସ୍.ଡିି.ଏ ଅଧ୍ୟକ୍ଷ ଶ୍ରୀ ମହାନ୍ତି ଏବଂ ସମବେତ ଜନପ୍ରତିନିଧି, ସଚେତନ ନାଗରିକ କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଥିଲେ।ଅସମ୍ପୁର୍ଣ୍ଣ ଅବସ୍ଥାରେ ପଡିଥିବା ଏହି ପାର୍କର ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରାଯିବାକୁ ଶ୍ରୀ ମହାନ୍ତିଙ୍କ ସମେତ ଉପସ୍ଥିତ ଜନପ୍ରତିନିଧି ଓ ସଚେତନ ନାଗରିକ ଦାବୀ କରିଛନ୍ତି।

୨୦୧୮ ଜାନୁୟାରୀ ୨ ତାରିଖ ଦିନ ଏହି ପାର୍କର ଶିଳାନ୍ୟାସ ହୋଇଥିଲା। ଶିଳାନ୍ୟାସ ପୂର୍ବରୁ ରାଜସ୍ୱ ବିଭାଗ ୫ ଏକର ଜମିକୁ ପାର୍କ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ। ଏହି ବିରାଟ ଜାଗାରେ ପ।ଥ୍ ୱେ, ପୋଖରୀ ଖନନ କାମ, ଜଳ ନିଷ୍କାସନ ପାଇଁ ଛୋଟ ପୋଲ ନିର୍ମାଣ ସହ ଓ।ଚର୍ ରହିବା ଘର, ଟିକେଟ ଘର, ଷ୍ଟୋର୍ ରୁମ୍ ଆଦିିି ନିର୍ମାଣ ହୋଇଥିଲା। ମୁଖ୍ୟ ରାସ୍ତାରୁ ପାର୍କକୁ ସଂଯୋଗ ରାସ୍ତା ମଧ୍ୟ ନିର୍ମାଣ ହୋଇଥିଲା। ପୋଖରୀରେ ବୋଟ୍ (ଡଙ୍ଗା) ଚାଳନା ଏବଂ କ୍ରିଡା ସାମଗ୍ରୀମାନ ଲଗାଯାଇଥିଲା। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଆରମ୍ଭ ହୋଇ ପ୍ରକଳ୍ପର ୭୫ ଭାଗ କାମ ସମ୍ପୂର୍ଣ ହୋଇସାରିଥିଲା। କିନ୍ତୁ ୨୦୧୯ ପରେ ଏହା ଶତକଡା ପ୍ରାୟ ୨୫ ଭାଗ ଅସମ୍ପୂର୍ଣ କାର୍ଯ୍ୟକୁ ସମ୍ପୂର୍ଣ କରିବାକୁ ଏସ୍.ଡି.ଏ. କର୍ତ୍ତୃପକ୍ଷ ପଦକ୍ଷେପ ନେଲେ ନାହିଁ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories