www.samajalive.in
Friday, December 12, 2025
16.1 C
Bhubaneswar

ଅଙ୍ଗନୱାଡ଼ି ଘର କାନ୍ଥରୁ ଝରୁଛି ବର୍ଷାପାଣି, ଛାତରୁ ଖସୁଛି ସିମେଣ୍ଟ ଖଣ୍ଡ

କଲ୍ୟାଣସିଙ୍ଗପୁର: ଅଙ୍ଗନୱାଡ଼ି କେନ୍ଦ୍ର ଘର କାନ୍ଥର ଛାତ ତଳୁ ବର୍ଷାପାଣି ଝରୁଥିବାବେଳେ ସିମେଣ୍ଟ ଖଣ୍ଡ ଖସୁଛି। ଫଳରେ ୪୪ ଜଣ କୋମଳମତି ଶିଶୁ ଭୟରେ ଅଛନ୍ତି। କେତେବେଳେ ଅଘଟଣ ଘଟି ପାରେ ତାର କିଛି ଠିକ୍ ଠିକଣା ନାହିଁ। ସେମାନେ ଭଗବାନଙ୍କ ଭରସାରେ ସେହି ଘରେ ବସି ପାଠ ପଢୁଥିବା ଦେଖିବାକୁ ମିଳିଛି। ରାୟଗଡା ଜିଲା କଲ୍ୟାଣସିଂହପୁରବ୍ଳକ ସୁନାଖଣ୍ଡି ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ଅଳ୍ପବର୍ଷା ହେଲେ ବିପଦ ସଙ୍କେତ ମାଡି ଆସୁଛି। ସେଥିରୁ ସିମେଣ୍ଟ ଖଣ୍ଡ ଖସିପଡିବା ସହ ଛାତରୁ ପାଣି ଝରୁଛି। ଏହାକୁ ନେଇ ଭୟରେ ଗ୍ରାମବାସୀ। ଏହି ସମସ୍ୟା ଦୀର୍ଘ ୪ବର୍ଷ ଧରି ଲାଗି ରହିଥିବା ବେଳେ ଏଥି ପ୍ରତି ସିଡିପିଓ ଓ ବ୍ଳକ ପ୍ରଶାସନଙ୍କୁ ଗ୍ରାମ ବାସୀ ମାନେ ଅଭିଯୋଗ କରି ଜଣେଇଥିଲେ ମଧ୍ୟ ଦୁଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି।

୧୯୯୭/୯୮ ରେ ଅଙ୍ଗନୱାଡ଼ି କେନ୍ଦ୍ରଟି ସ୍ଥାପିତ ହୋଇଥିଲା ଆଜି କୁ୨୬ବର୍ଷ ହୋଇ ଯିବାପରେ ମଧ୍ୟ ଏହି ଅଙ୍ଗନୱାଡ଼ି କେନ୍ଦ୍ର ଉପରେ କାହାର ଦୁଷ୍ଟି ପଡୁନଥିବା ଗ୍ରାମର ମୁରଲୀ ମାର୍ଥା, ଶେଖର ମାର୍ଥା ଅଭିଯୋଗ କରିଛନ୍ତି। ଅଙ୍ଗନୱାଡ଼ିକେନ୍ଦ୍ର ବାହାରେ ସାମାନ୍ୟ ବର୍ଷାରେ ଆଣ୍ଠୁଏ ପାଣି ହୋଇଯାଉଥିବାରୁ କୋମଳମତି ଶିଶୁମାନେ ବାଧ୍ୟ ହୋଇ କିଛି ଇଟା ସଜେଇ ରଖି ଅଙ୍ଗନୱାଡ଼ି କେନ୍ଦ୍ରକୁ ଯିବା ଆସିବା କରୁଛନ୍ତି। ସାମ୍ନାରେ ପାଣି ଜମି ରହିବାରୁ ମଶା, ମାଛିଙ୍କ ପ୍ରାଦୁର୍ଭାବ ବଢୁଥିବା ଦେଖାଯାଉଛି । ତେଣୁ ଛୋଟ ଛୋଟ ପିଲାଙ୍କ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ପ୍ରଭାବ ପଡୁଛି। ସାଧାରଣତଃ ଏହି ବୟସରେ ପିଲାମାନେ ଖେଳ କୁଦରେ ବେଶୀ ମନ ଲଗାଇ ଥାଆନ୍ତି। ଖେଳ ମାଧ୍ୟମରେ ଅନେକ କଥା ଶିଖି ପାରନ୍ତି। କିନ୍ତୁ ଏଠି ପିଲାମାନେ ଖେଳି ପାରୁନାହାନ୍ତି । ଏଣୁ ଜିଲା କିମ୍ବା ବ୍ଳକ ପ୍ରଶାସନ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ନେବା ସହ ନୂତନ ଅଙ୍ଗନୱାଡ଼ିକେନ୍ଦ୍ର ଗୃହ କରିବା ପାଇଁ ଗ୍ରାମ ବାସୀମାନେ ଦାବୀ କରିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

Related Articles

Popular Categories