www.samajalive.in
Sunday, December 7, 2025
14.1 C
Bhubaneswar

ରାତ୍ରି ଭୋଜନରେ ଏହି ଭୁଲ୍‌‌ କରୁଛନ୍ତି କି?

ସୁସ୍ଥ ଶରୀର ପାଇଁ ସକାଳର ଜଳଖିଆ, ଦିନ ଓ ରାତି ଭୋଜନ ଖୁବ ଗୁରୁତ୍ୱପୂର୍ଣ୍ଣ। ଏହାଦ୍ୱାରା ଶରୀରକୁ ଉପଯୁକ୍ତ ପୋଷଣ ମିଳିଥାଏ। ମାତ୍ର ଅନେକ ସମୟରେ ଦେଖାଯାଏ,କେତେକ ଲୋକେ ରାତି ଖାଦ୍ୟ ଖାଇ ନଥାଆନ୍ତି। କିଛି ଲୋକେ କର୍ମବ୍ୟସ୍ତତା ମଧ୍ୟରେ ଘରକୁ ଆସି ଥକ୍କାପଣ କାରଣରୁ ଖାଲି ପେଟରେ ଶୋଇ ପଡିଥାଆନ୍ତି। ସେହିପରି ଓଜନ ବୃଦ୍ଧି ପାଇଁ କେତେକ ଲୋକେ ରାତ୍ରି ଭୋଜନ କରିନଥାଆନ୍ତି। ମାତ୍ର ଏପରି କରିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ କ୍ଷତିକାରକ ହୋଇଥାଏ। ଜାଣନ୍ତୁ ରାତ୍ରି ଭୋଜନ ନକଲେ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଏ..

ରାତିରେ ଖାଦ୍ୟ ନଖାଇଲେ ଓଜନ ହ୍ରାସ ହେବ ବୋଲି ଚିନ୍ତା କରୁଥିଲେ, ଏହା ଭୁଲ ଧାରଣା। ରାତ୍ରି ଭୋଜନ ନକରିବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ମିଳି ପାରିନଥାଏ। ଫଲରେ କୁପୋଷଣର ଶିକାର ହେବା ସହ ଅଧିକ ହାଲିଆ ଅନୁଭବ ହୋଇଥାଏ। ଦୈନନ୍ଦିନ କାମ ପାଇଁ ଆବଶ୍ୟକ ପରିମାଣରେ ଶକ୍ତି ମିଳିପାରି ନଥାଏ। ଶରୀରରେ ରକ୍ତର ଅଭାବ ହୋଇଥାଏ।

- Advertisement -

କେତେକ ଖାଦ୍ୟ ପ୍ରସ୍ତୁତି କରିବାର ଆଳସ୍ୟପଣ କାରଣରୁ ରାତିରେ ଭୋଜନ ପ୍ରସ୍ତୁତି କରିନଥାଆନ୍ତି। ମାତ୍ର ଏପରି କରୁଥିଲେ ତୁରନ୍ତ ଏହି ଅଭ୍ୟାସ ବଦଳାଇ ଦିଅନ୍ତୁ। ରାତିରେ ଅନ୍ୟ ଶାରିରୀକ କାର୍ଯ୍ୟକଳାପ ହେଉନଥିଲେ ମଧ୍ୟ ମସ୍ତିଷ୍କ କାର୍ଯ୍ୟ କରିଥାଏ। ଖାଦ୍ୟ ନଖାଇବା ଦ୍ୱାରା ସଠିକ୍‌‌ ନିଦ ପାଇଁ ଶକ୍ତିର ଅଭାବ ହୋଇଥାଏ। ଫଳରେ ନିଦ ଭଲ ଭାବେ ହୋଇନଥାଏ। ଏହାଦ୍ୱାରା ପରଦିନ ଥକ୍କାପଣ,ମୁଣ୍ଡ ବିନ୍ଧା ଚିଡ୍‌‌ଚିଡା ଆଦି ଅନୁଭବ ହୋଇଥାଏ।

ରାତିରେ ଖାଦ୍ୟ ନଖାଇବା ଦ୍ୱାରା ବାରମ୍ବାର ନିଦ ଭାଙ୍ଗିଥାଏ। ରାତି ଅଧରେ ଭୋକ ମଧ୍ୟ ଲାଗିଥାଏ। ଖାଲି ପେଟରେ ଶୋଇବା ଦ୍ୱାରା ପେଟ ଜନିତ ଅନେକ ସମସ୍ୟା ଦେଖାଦିଏ। ରାତିସାରା ଭୋକିଲା ରହି ପରଦିନ ଖାଦ୍ୟ ଖାଇବା ସମୟ ମଧ୍ୟରେ ବ୍ୟବଧାନ ଅଧିକ ହୋଇଥାଏ। ଫଳରେ ଗ୍ୟାଷ୍ଟ୍ରିକ,ଏସିଡିଟି ଅନ୍ୟାନ୍ୟ ପେଟ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories