www.samajalive.in
Sunday, December 14, 2025
26.1 C
Bhubaneswar

ଆଜି ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ – ସାତକୋଶିଆ ବାଘ ଶୂନ୍ୟ 

ଅନୁଗୋଳ: ଅନୁକୂଳ ପରିବେଶ ସାଙ୍ଗକୁ ଘଞ୍ଚ ଅରଣ୍ୟର ବୃକ୍ଷରାଜି ପାଇଁ ସାତକୋଶିଆ ଅଭୟାରଣ୍ୟ ଖ୍ୟାତି ଲାଭ କରିଛି। ମହାନଦୀର ଏହି ଅଭୟାରଣ୍ୟ ମଧ୍ୟଦେଇ ମହାନଦୀ ଦୀର୍ଘ ୭କୋଶ ଅର୍ଥାତ୍ ପ୍ରାୟ ୨୨କିମି ଗତି କରିଛି। ଅନୁଗୋଳ ଜିଲାର ଆଠମଲ୍ଲିକ ବ୍ଲକର ବିନିକେଇ ଠାରୁ ନୟାଗଡ଼ର କୁସଙ୍ଗ ଛାମୁଣ୍ଡିଆ ପର୍ଯ୍ୟନ୍ତ ଏହି ସାତକୋଶିଆ ଅଭୟାରଣ୍ୟ ବ୍ୟାପିଛି। ୧୯୭୬ରେ ସାତକୋଶିଆକୁ ଅଭୟାରଣ୍ୟ ଘୋଷଣା ହୋଇଥିବା ବେଳେ ଏହାର ପରିସୀମା ସେ ସମୟରେ ୭୯୬ ବର୍ଗ କିମି ଥିଲା।

ପରବର୍ତ୍ତୀ ସମୟରେ ନୟାଗଡ଼ ଜିଲାର ବାଇଶପଲ୍ଲୀ ଅଭୟାରଣ୍ୟକୁ ମିଶାଇ ୨୦୦୭ରେ ସାତକୋଶିଆ ବନ୍ୟପ୍ରାଣୀ ଅଭୟାରଣ୍ୟ ଗଠନ କରଯାଇଥିଲା। ଅନୁଗୋଳ, କଟକ, ନୟାଗଡ଼ ଓ ବୌଦ୍ଧ ଆଦି ୪ଟି ଜିଲାକୁ ମିଶାଇ ଏହି ଅଭୟାରଣ୍ୟର ରୂପରେଖ ଦିଆଯାଇଥିଲା। ସର୍ବମୋଟ ୯୬୩.୮୭ ବର୍ଗ କିମିକୁ ନେଇ ଏହି ନୂତନ ଅଭୟାରଣ୍ୟର ଗଠନ ହୋଇଥିବା ବେଳେ ଏଥିରେ ୫୨୩.୬୧ ବର୍ଗକିମି କୋର ଜଙ୍ଗଲ ଥିବା ଜଣାପଡିଛି। ଏହି ଜଙ୍ଗଲରେ ବିଭିନ୍ନ ଜୀବଜନ୍ତୁ ବସବାସ କରୁଥିବା ଜଣାଯାଏ। ବନବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୦୭ ଡିସେମ୍ବର ୩୧ରେ ଏହାକୁ ଅଭୟାରଣ୍ୟ ଘୋଷଣା କରିବା ସହ ବନ୍ୟ ପ୍ରାଣୀ ସଂରକ୍ଷଣ ଆଇନ ୧୯୭୨ ଅନୁସାରେ ଏହାକୁ ବ୍ୟାଘ୍ର ସଂରକ୍ଷିତ ଅଞ୍ଚଳ ଭାବରେ ଘୋଷଣା କରାଯାଇଥିଲା। ସେତେବେଳେର ଗଣନା ଅନୁଯାୟୀ, ଏହି ଅଭୟାରଣ୍ୟରେ ୧୮ଟି ବାଘ ଏବଂ ବାଘୁଣୀ ବାସ କରୁଥିଲେ। କାଳକ୍ରମେ ଶିକାରୀଙ୍କ ଲୋଲୁପ ଦୃଷ୍ଟିରୁ ବଞ୍ଚିପାରି ନଥିଲେ ଏହି ବାଘବଂଶ। ଗୋଟିଏ ପରେ ଗୋଟିଏ ବାଘକୁ ଶିକାର କରିବା ପରେ ଆଉ ମାତ୍ର ଗୋଟିଏ ମାଈ ବାଘୁଣୀ ଏହି ଜଙ୍ଗଲରେ ସାତକୋଶିଆ ବାଘବଂଶର ଶେଷ ଦାୟାଦ ହୋଇରହିଥିଲା। ଗତ ବର୍ଷେ ତଳେ ସାତକୋଶିଆରୁ ନିଶ୍ଚିହ୍ନ ହୋଇଯାଇଛି। ଏହାର ନିଖୋଜ ନେଇ ଆଜିପଯ୍ୟନ୍ତ ସାତକୋଶିଆ ବନଖଣ୍ଡ କୌଣସି ତଥ୍ୟ ରଖି ନଥିବା ଜଣାପଡିଛି। ବର୍ତ୍ତମାନ ଏହି ବନଖଣ୍ଡ ବାଘଶୂନ୍ୟ ହୋଇ ପଡିଛି।

- Advertisement -

ଏହା ମଧ୍ୟରେ ମଧ୍ୟପ୍ରଦେଶର ବନ୍ଧବଗଡ଼ ଓ କାହ୍ନା ଜାତୀୟ ଅଭୟାରଣ୍ୟରୁ ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକଳ୍ପ ମାଧ୍ୟମରେ ଏକଯୋଡ଼ା ମହାବଳ ବାଘ ବାଘୁଣୀକୁ ଆଣି ସାତକୋଶିଆ ଜଙ୍ଗଲରେ ଛଡାଯାଇଥିଲା। ହେଲେ ତାହା ମଧ୍ୟ ଫସର ଫାଟିଥିଲା। କୋଟି କୋଟି ଟଙ୍କା ସାରି ଏହି ପ୍ରକଳ୍ପ କରାଯାଇଥିବା ବେଳେ ବନବିଭାଗର ଦୂରଦୃଷ୍ଟି ଅଭାବ ସହ ଲୋକଙ୍କୁ ଏହି ଯୋଜନା ସହ ନଯୋଡିବା କାରଣରୁ ଫେଲ ମାରିଥିଲା। ଗୋଟିଏ ଅଣ୍ଡିରା ବାଘ ଟି-୧ ବା ମହାବୀର ଶିକାରୀ ଜାଲରେ ପଡି ପ୍ରାଣ ହରାଇଥିଲା। ଆଉ ଗୋଟିଏ ବାଘୁଣୀ ଟି-୨ ବା ସୁନ୍ଦରୀ ଲୋକଙ୍କୁ ମାରି ବର୍ଷ ବର୍ଷ ଧରି ଏନକ୍ଲୋଜର ମଧ୍ୟରେ ବନ୍ଦୀ ହୋଇରହିଥିଲା। ଏହି ସବୁ ସମସ୍ୟା ମଧ୍ୟରେ ପୁଣି ଥରେ ବ୍ୟାଘ୍ର ପକଳ୍ପର ସ୍ୱପ୍ନ ଦେଖୁଛି ସାତକୋଶିଆ ବନଖଣ୍ଡ। ଉଜୁଡି ଯାଇଥିବା ପରିବେଶକୁ ପୁଣି ଥରେ ଛିଡା କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛି। ଆଉ ଏକ ପୁନର୍ବିନ୍ୟାସର ଚିତ୍ର ଆଙ୍କିବାରେ ଅପ୍ରାଣ ଉଦ୍ୟମ ଜାରି ରଖିଥିବା ବେଳେ ଅନ୍ତରାଞ୍ଚଳ ଜଙ୍ଗଲ ମଧ୍ୟରୁ ଗାଁ ଗୁଡିକୁ ବିସ୍ଥାପନ ବା ସ୍ଥାନାନ୍ତରଣ ପ୍ରକ୍ରିୟାକୁ ପ୍ରାଧାନ୍ୟ ଦେଇଛି।

ବର୍ତ୍ତମାନ ପ୍ରଥମ ପର୍ଯ୍ୟାୟରେ କୋର ଜଙ୍ଗଲ ମଧ୍ୟରୁ ରାଇଗୁଡାକୁ ଉଠାଯାଇ ନୂଆଁଖେତା ଠାରେ ବସ୍ତି ସ୍ଥାପନ କରାଯାଇଛି। ସେଠାକାର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ବିସ୍ଥାପନ ପରେ ନୂଆ ଭାବେ କଟରଙ୍ଗ, ଜନଗଲ ଟୁଲୁକା, ଜଙ୍ଗଲର ପଶ୍ଚିମ ଦିଗରେ ଥିବା ଅସନବାହାଳ ଆଦି ଗାଁ ଗୁଡିକୁ ବନବିଭାଗ ବିସ୍ଥାପନ କରିବାରେ ପ୍ରୟାସ ଜାରି ରଖିଛି। ଏହା ମଧ୍ୟରେ ଅନେକ ପରିବେଶବିତଙ୍କ ଠାରୁ ସାଧାରଣ ଲୋକ ଏହି ବିସ୍ଥାପନ ସମ୍ପୂର୍ଣ୍ଣ ବେଆଇନ ବୋଲି ପ୍ରସଙ୍ଗ ଉଠାଇଛନ୍ତି। କଟରଙ୍ଗର କିଛି ଲୋକ ଏଥିନେଇ ଉଚ୍ଚ ନ୍ୟାୟାଳୟ ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି। ବାଘ ଆସିବା ପରେ ଅଭୟାରଣ୍ୟର ଅନ୍ତରାଞ୍ଚଳ ଭିତରେ ଚଳପ୍ରଚଳ କରିବାକୁ ଥିବା ବେଳେ ଏହି ଅନ୍ତରାଞ୍ଚଳ ଗାଁ ଗୁଡିକ ବିସ୍ଥାପନ କରିବାରେ ବନବିଭାଗ ପ୍ରାଥମିକତା ଦେଉଛନ୍ତି। ଆସନ୍ତାକାଲି ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ପାଳନ ହେଉଥିବାବେଳେ ବାଘଶୂନ୍ୟ ସାତକୋଶିଆକୁ ନେଇ ପରିବେଶବିତ୍ ଚିନ୍ତାରେ ପଡ଼ିଛନ୍ତି।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories