www.samajalive.in
Thursday, December 11, 2025
18.1 C
Bhubaneswar

ରାଜ୍ୟପାଳଙ୍କୁ ଛାଡ଼ି ପଳାଇଲା ବିମାନ

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜ୍ୟପାଳ ଥୱରଚାନ୍ଦ ଗେହଲୋତ୍‌ଙ୍କୁ ନ ନେଇ ‘ଏୟାର ଏସିଆ’ର ହାଇଦରାଗାମୀ ବିମାନ ଉଡ଼ାଣ ଭରିବା ନେଇ ବିବାଦ ସୃଷ୍ଟି ହୋଇଛି। ରାଜ୍ୟପାଳ ଗୁରୁବାର ଅପରାହ୍ଣ ୨ଟା ୫ରେ କେମ୍ପେଗୌଡ଼ା ଆନ୍ତର୍ଜାତିକ ବିମାନ ବନ୍ଦରରୁ ଉକ୍ତ ବିମାନ ଧରିବାର ଥିଲା; କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। ଏୟାର ଏସିଆ ପକ୍ଷରୁ ରାଜ୍ୟପାଳ ବିଳମ୍ବରେ ପହଞ୍ଚିଥିବା ଏବଂ ସେତେବେଳକୁ ବିମାନର ଦ୍ବାର ବନ୍ଦ ହୋଇସାରିଥିବା ଦର୍ଶାଯାଇଥିଲାବେଳେ ରାଜ୍ୟପାଳ ଧାର୍ଯ୍ୟ ସମୟର ୧୫ ମିନିଟ ପୂର୍ବରୁ ୧ଟା ୫୦ରେ ପହଞ୍ଚିଥିଲେ ବୋଲି ରାଜଭବନ ପକ୍ଷରୁ କୁହାଯାଇଛି। ରାଜ୍ୟପାଳଙ୍କୁ ଛାଡ଼ି ବିମାନ ପଳାଇବା ‘ପ୍ରୋଟୋକଲ’ର ଅବମାନନା ଏବଂ ଏ ନେଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରାଯାଇଥିବା ରାଜଭବନ ସୂତ୍ରରୁ ପ୍ରକାଶ। ଏୟାର ଏସିଆ ପକ୍ଷରୁ ଏହାର ତଦନ୍ତ ନିର୍ଦେଶ ଦିଆଯାଇଛି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories