www.samajalive.in
Monday, December 8, 2025
27.1 C
Bhubaneswar

ମିଛ ସାକ୍ଷୀ ଦେଇ ଚାକିରିରୁ ବିଦା ହେଲେ ସହକାରୀ ଯନ୍ତ୍ରୀ

ବରଗଡ଼ : ଏକ ଭିଜିଲାନ୍ସ ମାମଲାରେ ମିଛ ସାକ୍ଷୀ ଦେବା କାରଣରୁ ଚାକିରିରୁ ବିଦା ହୋଇଛନ୍ତି ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକ। ସୂଚନା ଅନୁସାରେ, ସମ୍ବଲପୁରର ଏକ ଭିଜିଲାନ୍ସ ମାମଲାର ବିଚାର ସମୟରେ ମିଛ ସାକ୍ଷୀ ଦେବାକୁ ନେଇ ବରଗଡ ବିଜେପୁର ଆରଡବ୍ଲୁଏସ୍‌ଏସ୍‌ ସହକାରୀ ଯନ୍ତ୍ରୀ ଉପେନ୍ଦ୍ର ଭଞ୍ଜ ନାଏକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି ସରକାର। ଗତ ୨୦୧୧ ମସିହାରେ ଉପେନ୍ଦ୍ର ବରଗଡ଼ ସୋହେଲାରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ଉକ୍ତ ସମୟରେ ବରଗଡ଼ ୱେଷ୍ଟ ଇଲେକ୍ଟ୍ରିକାଲ ଡିଭିଜନର ବରିଷ୍ଠ କିରାଣୀ ଆନନ୍ଦ ସରାଫଙ୍କ ମାମଲାରେ ସେ ସରକାରୀ ସାକ୍ଷୀ ଭାବେ ଉପସ୍ଥିତ ଥିଲେ। ତେବେ ମାମଲାର ବିଚାର ସମୟରେ ସେ ନିଜ ବୟାନ ବଦଳାଇ ଦେଇଥିଲେ ବୋଲି ଭିଜିଲାନ୍ସ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଆଧାରରେ ତାଙ୍କୁ ସରକାର ଚାକିରିରୁ ବହିଷ୍କାର କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories