www.samajalive.in
Sunday, December 7, 2025
23.1 C
Bhubaneswar

ଓଏସ୍‌ଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ ମାମଲା : ୫୫ ପରୀକ୍ଷାର୍ଥୀଙ୍କୁ କାରଣ ଦର୍ଶାଅ ନୋଟିସ

ବାଲେଶ୍ୱର: ଓଏସ୍‌ଏସ୍‌ସି ପ୍ରଶ୍ନପ୍ରତ୍ର ଡିଲ ମାମଲାରେ ବାଲେଶ୍ୱର ପୁଲିସର ରିପୋର୍ଟ ପରେ ଆଉ ପାଦେ ଆଗେଇଛି ଓଏସ୍‌ଏସ୍‌ସି। ସୂଚନା ଅନୁସାରେ, ୫୫ପରୀକ୍ଷାର୍ଥୀଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛି ଓଏସ୍‌ଏସ୍‌ସି । ଓଏସ୍‌ଏସ୍‌ସି ପରୀକ୍ଷାରୁ ଜୀବନବ୍ୟାପୀ ବାରଣ ନେଇ ନୋଟିସ ଜାରିକରାଯାଇଥିବା ଜଣାପଡ଼ିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବିଶାଳ କୁମାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିହାର ଆକାଉଣ୍ଟସ୍ ଜେନେରାଲଙ୍କୁ ବି ଚିଠି ଲେଖିଛି ବାଲେଶ୍ବର ପୁଲିସ୍। ଏଥିସହିତ ଓଡିଶାର ଏଜେଣ୍ଟ ସାଜିଥିବା ସରକାରୀ ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ସୁଶାନ୍ତ ସାହୁଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ କନ୍ଧମାଳ ଓ ଯାଜପୁର ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଇଲା ବାଲେଶ୍ବର ପୁଲିସ। ୯୨ ଜଣ ଛାତ୍ରଛାତ୍ରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଓଏସ୍‌ଏସ୍‌ସିକୁ ଚିଠି ଲେଖିଛି ବାଲେଶ୍ବର ଏସପି।

Hot this week

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

Related Articles

Popular Categories