www.samajalive.in
Thursday, December 11, 2025
18.1 C
Bhubaneswar

ଆଜି ମଣିପୁର ଯିବେ ୨୦ ବିରୋଧୀ ସାଂସଦ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ୨୦ ସାଂସଦ ଶନିବାର ୨୯ ଓ ରବିବାର ୩୦ ତାରିଖ ଦୁଇ ଦିନ ମଣିପୁର ଗସ୍ତରେ ଯାଉଛନ୍ତି। ସେମାନେ ରାଜ୍ୟର ବିଭିନ୍ନ ଅଞ୍ଚଳ ପରିଦର୍ଶନ ମାଧ୍ୟମରେ ସ୍ଥିତି ସମୀକ୍ଷା କରିବା ସହ ରାଜ୍ୟପାଳଙ୍କୁ ସାକ୍ଷାତ ଯୋଜନା ରଖିଛନ୍ତି। କଂଗ୍ରେସର ଅଧୀର ରଞ୍ଜନ ଚୌଧୁରୀ, ଗୌରବ ଗୋଗଇ ଓ ଫୁଲୋ ଦେବୀ ନେତମ୍‌, ଜେଡି(ୟୁ)ର ରାଜୀବ ରଞ୍ଜନ (ଲାଲନ୍‌) ସିଂହ ଓ ଅନିଲ ପ୍ରସାଦ ହେଗଡେ, ଟିଏମ୍‌ସିର ସୁସ୍ମିତା ଦେବ, ଡିଏମ୍‌କେର କାନିମୋଝି କରୁଣାନିଧି, ସିପିଆଇର ସନ୍ତୋଷ କୁମାର, ସିପିଆଇ(ଏମ୍‌)ର ଏ.ଏ ରହିମ, ଆରଜେଡିର ମନୋଜ କୁମାର ଝା, ସମାଜବାଦୀ ପାର୍ଟିର ଜାଭେଦ ଅଲୀ ଖାଁ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ମହୁଆ ମାଝି, ଏନ୍‌ସିପିର ପି.ପି ମହମ୍ମଦ ଫୈଜଲ, ଆରଏସ୍‌ପିର ଏନ୍‌.କେ ପ୍ରେମଚନ୍ଦ୍ରନ୍‌, ଆଇୟୁଏମ୍‌ଏଲର ଇ.ଟି ମହମ୍ମଦ ବାସିର, ଆପ୍‌ର ସୁଶୀଲ ଗୁପ୍ତା, ଶିବସେନାର ଅରବିନ୍ଦ ସାୱନ୍ତ, ଭିସିକେର ଡି. ରବିକୁମାର ଓ ଥୋଲ ତିରୁମାଭଳଭମ୍‌, ଆରଏଲଡିର ଜୟନ୍ତ ସିଂହ ଏହି ଗସ୍ତରେ ଯିବେ। ପୂର୍ବରୁ ରାହୁଲ ଗାନ୍ଧୀ ମଣିପୁରର କିଛି ଉପଦ୍ରୁତ ଅଞ୍ଚଳ ଗସ୍ତ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories