www.samajalive.in
Monday, December 8, 2025
27.1 C
Bhubaneswar

ପରିସ୍ରାଗାର ମାମଲାରେ ବିଜେପି ନେତ୍ରୀ ଶକୁନ୍ତଳା ଗିରଫ

ବେଙ୍ଗାଲୁରୁ,୨୮ା୭: କର୍ଣ୍ଣାଟକର ଉଡୁପିସ୍ଥିତ ଏକ ଘରୋଇ ତାଲିମ ମହାବିଦ୍ୟାଳୟ ପରିସ୍ରାଗାର ମାମଲା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିଜେପି ନେତ୍ରୀ ଶକୁନ୍ତଳା ଗିରଫ ହୋଇଛନ୍ତି। ମହାବିଦ୍ୟାଳୟର ତିନି ଛାତ୍ରୀଙ୍କ ନାମରେ ପରିସ୍ରାଗାର ଭିତର ଦୃଶ୍ୟ ଲୁଚିଲୁଚି ମୋବାଇଲ ଫୋନ୍‌ରେ ରେକର୍ଡ କରିବା ଅଭିଯୋଗ ହୋଇଥିଲା। ସେମାନଙ୍କୁ ମହାବିଦ୍ୟାଳୟରୁ ନିଲମ୍ବିତ କରାଯାଇଛି। ଏହି ମାମଲାରେ ସାମାଜିକ ଗଣମାଧ୍ୟମରେ ଶକୁନ୍ତଳା ମତ ରଖିଥିଲେ ଯେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପତ୍ନୀ କିମ୍ବା ବୋହୂଙ୍କ କ୍ଷେତ୍ରରେ ଏଭଳି ହୋଇଥିଲେ କଂଗ୍ରେସ କର୍ମୀ କି ମନ୍ତବ୍ୟ ଦେଇଥାନ୍ତେ ? ଏ ନେଇ ତାଙ୍କ ନାମରେ ଏତଲା ଦାୟର ହୋଇଥିଲା। ଛୋଟ ମାମଲାକୁ ବିଜେପି ରାଜନୈତିକ ରୂପ ଦେଉଥିବା କଂଗ୍ରେସ ଅଭିଯୋଗ କରିଛି।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories