www.samajalive.in
Sunday, December 14, 2025
16.1 C
Bhubaneswar

କିମ୍‍ସରେ ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର, ସଳଖିଲା ବଙ୍କା ମେରୁଦଣ୍ଡ

ଭୁବନେଶ୍ୱର: ମେରୁଦଣ୍ଡ ବଙ୍କା ହୋଇଯାଇଥିବା ଜନୈକା ବାଳିକାଙ୍କଠାରେ ସଫଳ ଅସ୍ତ୍ରୋପଚାର ଏହାକୁ ସଳଖ କରି ପାରିଛନ୍ତି କିମ୍‍ସର ଡାକ୍ତର । ସ୍କୋଲିଓସିସ୍ ନାମକ ଗୁରୁତର ମେରୁଦଣ୍ଡ ସମସ୍ୟା ସହ ଦୀର୍ଘ ଦିନ ଧରି ସଂଘର୍ଷ କରୁଥିବା ଏହି ବାଳିକାଙ୍କ ଅଭିଭାବକ ବହୁ ଖ୍ୟାତି ସମ୍ପନ୍ନ ଡାକ୍ତରଖାନାରୁ ନିରାଶ ହୋଇ ଶେଷରେ କିମ୍‍ସ ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ସ୍ପାଇନ୍ ସର୍ଜନ ଡା ଜିତେନ୍ଦ୍ର କୁମାର ରାଉତ ରୋଗୀଙ୍କୁ ଦେଖିବା ପରେ ଏହା ‘ଇଡିଓପାଥିକ ସ୍କୋଲିଓସିସ୍‌’ ନାମକ ଏକ ପ୍ରକାର ମେରୁଦଣ୍ଡ ସମସ୍ୟା ବୋଲି ଜାଣି ତୁରନ୍ତ ଅସ୍ତ୍ରୋପଚାର ପାଇଁ ପରାମର୍ଶ ଦେଇଥିଲେ । ନିଶ୍ଚେତକ ବିଭାଗର ଡା ସଞ୍ଜୀବ ଗିରି ଓ ରାଜ ମୋହନଙ୍କ ସହଯୋଗରେ ସ୍ପାଇନ୍ ସର୍ଜନ ଡା ରାଉତ ଏହି ଅସ୍ତ୍ରୋପଚାର କରିଥିଲେ । ବାଳିକାଙ୍କ ମେରୁଦଣ୍ଡ ଇଂରାଜୀ ଅକ୍ଷର ‘ଏସ୍‌’ ଆକୃତିର ହୋଇଯାଇଥିଲା, ଯାହା ଭବିଷ୍ୟତରେ ତାଙ୍କ ପାଇଁ ଆହୁରି ଅନେକ ସମସ୍ୟା ସୃଷ୍ଟି କରିଥାନ୍ତା ବୋଲି ଡା. ରାଉତ ପ୍ରକାଶ କରିଛନ୍ତି । କିମ୍‌ସରେ ଦକ୍ଷ ଡାକ୍ତର, ଉନ୍ନତ ଜ୍ଞାନକୈଶଳ ଓ ଯନ୍ତ୍ରାଂଶ ଉପଲବ୍‍ଧ ଯୋଗୁଁ ଏଭଳି ବିରଳ ମେରୁଦଣ୍ଡ ଅସ୍ତ୍ରୋପଚାର ସମ୍ଭବ ହୋଇପାରିଲା । ସେ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି । କିଛି ଦିନ ବିଶ୍ରାମ ପରେ ସେ ସ୍ୱାଭାବିକ ଜୀବନଯାପନ କରିପାରିବେ ବୋଲି ଡାକ୍ତର ରାଉତ କହିଛନ୍ତି । ସାଧାରଣତଃ ୧୦ରୁ ୧୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଦେଖାଦେଇପାରେ । ତୁରନ୍ତ ରୋଗର ଚିହ୍ନଟ ଓ ଉପଯୁକ୍ତ ସମୟରେ ଏହାର ଚିକିତ୍ସା କରାଗଲେ ଏହି ରୋଗର ଉପଶମ ହୋଇପାରିବ । ଏହା ରୋଗୀର ଆତ୍ମବିଶ୍ୱାସ ଏବଂ ଆତ୍ମସମ୍ମାନକୁ ପ୍ରଭାବିତ କରିପାରେ । ଏପରି ରୋଗୀ ଅନେକ ସମୟରେ ଥଟ୍ଟା ଏବଂ ଉପହାସର ପାତ୍ର ହୋଇଥାନ୍ତି । କମ୍ ବୟସରୁ ହିଁ ଏହାର ଚିକିତ୍ସା କରାଯିବା ଆବଶ୍ୟକ ନଚେତ ବୟସ ବଢ଼ିବା ସହିତ ଏହାର ଚିକତ୍ସା ମଧ୍ୟ ଅଧିକ ଜଟିଳ ହୋଇଯାଇଥାଏ ବୋଲି ଡା. ରାଉତ କହିଛନ୍ତି ।

ସୂଚନାଯୋଗ୍ୟ, ପ୍ରଥମଥର ପାଇଁ ଓଡ଼ିଶାର ଏକ ଘରୋଇ ହସ୍ପିଟାଲରେ ଏଭଳି ଜଟିଳ ମେରୁଦଣ୍ଡ ଅସ୍ତ୍ରୋପଚାର କରାଯାଇପାରିଛି । ଏଭଳି ବିରଳ ଅସ୍ତ୍ରୋପଚାର କରି ‘କିମ୍‌ସ’ ରାଜ୍ୟର ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନକାରୀ ଅନୁଷ୍ଠାନ ଭାବେ ପ୍ରମାଣିତ କରିପାରିଛି । ଏହି ମେରୁଦଣ୍ଡ ଅସ୍ତ୍ରୋପଚାର ସାଧାରଣତଃ ୭-୮ ଘଣ୍ଟା ସମୟ ଲାଗିଥାଏ, କିନ୍ତୁ କିମ୍‌ସର ସ୍ପାଇନ ସର୍ଜନ ତଥା ଓଡ଼ିଶା ସ୍ପାଇନ ସଂଘର ସମ୍ପାଦକ ଡା. ରାଉତ ଏବଂ ତାଙ୍କ ଡାକ୍ତରୀ ଦଳ ମାତ୍ର ୪ ଘଣ୍ଟାରେ ଏହି ସଫଳ ଅସ୍ତ୍ରୋପଚାର କରିପାରିଥିଲେ । ଏଭଳି ବିରଳ ଅସ୍ତ୍ରୋପଚାର ପାଇଁ କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡା. ରାଉତ ଓ ତାଙ୍କ ଡାକ୍ତରୀ ଦଳକୁ ଧନ୍ୟବାଦ ଜଣାଇବା ସହ ବାଳିକାର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍‌କେୱାଇ) ଅଧୀନରେ ରୋଗୀଙ୍କର ମାଗଣା ଚିକିତ୍ସା କରାଯାଇଥିଲା ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories