www.samajalive.in
Wednesday, December 10, 2025
16.1 C
Bhubaneswar

ମଙ୍ଗଳ ଗ୍ରହକୁ ପରମାଣୁ ଶକ୍ତି ଯୁକ୍ତ ରକେଟରେ ମହାକାଶଚାରୀ ପ୍ରେରଣ କରିବ ନାସା

ନ୍ୟୁୟର୍କ- ନାସା ମଙ୍ଗଳରେ ଅନେକ ପରୀକ୍ଷଣ ଜାରି ରଖିଛି । ମିସନ୍‌ ମାର୍ସରେ ଏବେ ନାସା ଲକ୍‌ହୀଡ୍‌ ମାର୍ଟିନ୍‌ ସହ ମିଶି ପରମାଣୁ ଶକ୍ତି ଯୁକ୍ତ ରକେଟ ପ୍ରେରଣ କରିବ ବୋଲି ଯୋଜନା କରିଛି । ଏହି ରକେଟ୍‌ରେ ମହାକାଶଚାରୀଙ୍କୁ ମଙ୍ଗଳଗ୍ରହଙ୍କୁ ପ୍ରେରଣ କରାଯିବ ।

ଲକ୍‌ହୀଡ୍‌ ପକ୍ଷରୁ ରକେଟ୍‌ର ଡିଜାଇନ୍‌ ସହ ଟେଷ୍ଟ ପ୍ରପଲସନ୍‌ ପ୍ରସ୍ତୁତ କରାଯାଇଛି । ପରମାଣୁ ଶକ୍ତି ଯୁକ୍ତ ମିସନ୍‌ର ନାମ ଡ୍ରାକୋ ରଖାଯାଇଛି । ଏଥିରେ ୪୯୯ ମିଲିୟନ ଆମେରିକୀୟ ଡଲାର ବା ପ୍ରାୟ ୩,୬୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।

- Advertisement -

ପରମାଣୁ ଶକ୍ତି ଯୁକ୍ତ ରକେଟ୍‌ରେ କମ୍‌ ସମୟ ମଧ୍ୟରେ ମଙ୍ଗଳଗ୍ରହରେ ପହଞ୍ଚି ହେବ । ୨୦୩୦ ଦଶକର ଶେଷ କିମ୍ବା ୨୦୪୦ ଦଶକର ଆରମ୍ଭରେ ନାସା ମଙ୍ଗଳଗ୍ରହକୁ ମାନବ ବା ମହାକାଶଚାରୀ ପ୍ରେରଣ କରିବା ପାଇଁ ଲକ୍ଷ୍ୟ ରଖିଛି ।

ଏବେ ରକେଟ୍‌ ମଙ୍ଗଳଗ୍ରହକୁ ଯିବା ପାଇଁ ପ୍ରାୟ ୭ମାସ ସମୟ ନେଉଛି । ପୃଥିବୀଠାରୁ ମଙ୍ଗଳର ଦୂରତ୍ୱ ପ୍ରାୟ ୩୦୦ ମିଲିୟନ୍‌ ମାଇଲ୍‌ ବା ୪୮୦ ମିଲିୟନ କିଲୋମିଟର ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories