www.samajalive.in
Sunday, December 14, 2025
15.1 C
Bhubaneswar

ରାଜ୍ୟ ମିଶନଶକ୍ତି ଉପଦେଷ୍ଟାଙ୍କ ପରିଦର୍ଶନ

ଚୌଦ୍ୱାର: ଚୌଦ୍ୱାର ପୌରପାଳିକାରେ ମିଶନଶକ୍ତି ମହିଳା ମାନଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକଳ୍ପ ଗୁଡିକୁ ମଙ୍ଗଳବାର ପରିଦର୍ଶନ କରିଛନ୍ତି ରାଜ୍ୟ ମିଶନ ଶକ୍ତି ଉପଦେଷ୍ଟା। ଉପଦେଷ୍ଟା ଗୀତାଞ୍ଜଳି ବସ୍ତିଆ ଓ ସହଯୋଗୀ ପୌରପାଳିକାରେ ପହଞ୍ଚିବା ପରେ ପୌରପାଳିକା ତରଫରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ଉପଦେଷ୍ଟା ପୌରପାଳିକା ୧୭ନଂ ୱାର୍ଡରେ ଆଦିତ୍ୟ ସଞ୍ଚୟ ମହିଳା ସମିତି ଦ୍ୱାରା ପରିଚାଳିତ ମଳପଙ୍କ ବିଶୋଧନାଗାର ଓ ବିରାଟେଶ୍ୱରୀ ମହିଳା ସ୍ୱୟଁ ସହାୟକ ଗୋଷ୍ଠି ଦ୍ୱାରା ପରିଚାଳିତ ସଂପଦ କେନ୍ଦ୍ର ପରିଦର୍ଶନ କରିବା ସହିତ କାର୍ଯ୍ୟରତ ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ। ୨ଟି ଯାକ ପ୍ରକଳ୍ପ ପରିଚାଳନା କରୁଥିବା ମା ମାନଙ୍କ ସମସ୍ୟା ଓ ଏହାର ସମାଧାନ ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ପାଇଁ ସେ କହିଥିଲେ। ଚୌଦ୍ୱାର ଗାନ୍ଧି ଛକରେ ଥିବା ରାଧାକୃଷ୍ନ ଆଞ୍ଚଳିକ ମହିଳା ମହାସଂଘର ପରିଚାଳନାରେ ଚାଲୁଥିବା ଆହାର କେନ୍ଦ୍ରରେ ପହଞ୍ଚ କେନ୍ଦ୍ର ପରିଦର୍ଶନ କରିବା ସହିତ ସେଠାରେ ସାଧାରଣ ଲୋକଙ୍କ ସହିତ ଭୋଜନ କରିଥିଲେ। ଏସବୁ ପ୍ରକଳ୍ପ ବୁଲି ସାରିବା ପରେ ମହିଳା ମାନଙ୍କୁ କାର୍ଯ୍ୟକ୍ରମକୁ ପ୍ରସଂଶା କରିବା ସହିତ ବିଧାୟକ ସୌଭିକ ବିଶ୍ୱାଳଙ୍କୁ ମଧ୍ୟ କୃତଞତା ଜଣାଇଥିଲେ। ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅଧ୍ୟକ୍ଷା ମୀନାକ୍ଷୀ ଦାସ,ଉପାଧ୍ୟକ୍ଷ ଶୁଭନ୍ଦୁ ସାମଲ,କାଉନସିଲର ଆଶୁତୋଷ ଦାସ,ଜିଲ୍ଲା ମୁକ୍ତା କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ମିଶ୍ର,ସଞ୍ଜୟ ସାମନ୍ତ,ବାସନ୍ତୀ ସାହୁ,ସୀକ୍ତା ମହାନ୍ତି,ପୀୟୁଷ ରଞ୍ଜନ ସାହୁ,ମୁକ୍ତା ପ୍ରକଳ୍ପ ସଂଯୋଜିକା ଦେବୀକା ମହାନ୍ତି,ବ୍ଲକ ପ୍ରକଳ୍ପ ନିର୍ଦ୍ଦେଶିକା ଗଂଗୋତ୍ରୀ ଦଳାଇ ପ୍ରମୁଖ ଉପସ୍ଥିତ ଥିଲେ।ପରେ ଉପଦେଷ୍ଟା ବସ୍ତିଆ ଟାଙ୍ଗୀ ଅଂଚଳର ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories