www.samajalive.in
Sunday, December 14, 2025
26.1 C
Bhubaneswar

ଫ୍ଲିପ୍‌‌କାର୍ଟ ହବ୍‌‌ ସେଣ୍ଟରର କର୍ମଚାରୀ ଆନ୍ଦୋଳନର ସମାଧାନ

ଚୌଦ୍ୱାର: ଚୌଦ୍ୱାର ଥାନା ଅଧିନ ଇନ୍ଦ୍ରାଣିପାଟଣା ପଞ୍ଚାୟତରେ ଥିବା ଫ୍ଲିପ୍‌‌କାର୍ଟ କମ୍ପାନୀର ହବ୍‌‌ସେଣ୍ଟରରେ କାର୍ଯ୍ୟରତ କର୍ମଚାରୀ ଶନିବାର ବିଭିନ୍ନ ଦାବି ନେଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ। କମ୍ପାନୀର ମାନବ ସମ୍ବଳ ଅଧିକାରୀ ଓ ପୋଲିସ ଉପସ୍ଥିତିରେ ଆସନ୍ତା ସୋମବାର ଦାବି ଗୁଡିକ ଉପରେ ଆଲୋଚନା କରାଯିବା ପାଇଁ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ କାରୀ ଆନ୍ଦୋଳନରୁ ନିବୃତ ହୋଇଥିଲେ। କର୍ମଚାରୀଙ୍କ ଦାବି ଗୁଡିକୁ ଗୁରତର ସହ ଗ୍ରହଣ କରି ମଙ୍ଗଳବାର ଅପରାହ୍ନରରେ ସ୍ଥାନୀୟ ୧୦ନଂ ୱାର୍ଡ ଜଗନ୍ନାଥ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ଜିଲ୍ଲା ଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ପ୍ରଧାନ ଓ ଚୌଦ୍ୱାର ସହକାରୀ ଶ୍ରମ ଅଧିକାରୀ ଲୀରିକା ରାୟ, ପୌର ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲ, କମ୍ପାନୀର ଅଧିକାରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା। ଆନ୍ଦୋଳନକାରୀ ମାନେ ୧୦ଦଫା ଦାବି କରିଥିଲେ। ସମସ୍ତ ଦାବି ଗୁଡିକ ଉପରେ କମ୍ପାନୀ କତୃପକ୍ଷ ଦୃଷ୍ଟି ଦେବା ସହିତ ନିକଟରେ ଛଟେଇ ହୋଇଥିବା ୮ଜଣ କର୍ମଚାରୀଙ୍କୁ ପୁନନିଯୁକ୍ତି ପ୍ରଦାନର ପ୍ରତିଶୃତି ମିଳିବା ପରେ ଆନ୍ଦୋଳନର ସମାଧାନର ବାଟ ଫିଟିଥିବା ବିଧାୟକ ପ୍ରକାଶ କରିଛନ୍ତି।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories