www.samajalive.in
Saturday, December 13, 2025
21.1 C
Bhubaneswar

ଦୁଷ୍କର୍ମକାରୀକୁ ୨୦ବର୍ଷ ଜେଲ, ୫୩ହଜାର ଟଙ୍କା ଜୋରିମାନା

କେନ୍ଦୁଝରଗଡ: ନାବାଳିକା ଦୁଷ୍କର୍ମକାରୀକୁ ଦୋଷୀ ସାବ୍ୟସ୍ତ କରି ଅତିରିକ୍ତ ଜିଲାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝର ୨୦ବର୍ଷ ଜେଲ ଦଣ୍ଡାଦେଶ କରିଛନ୍ତି।

ବଡବିଲ ଥାନା ଅଞ୍ଚଳର ଜଣେ ୧୪ବର୍ଷ ନାବାଳିକାର ବାପା ଓ ମା’ ୫ଅଗଷ୍ଟ ୨୦୧୭ ଦିନ ଟାଟାନଗରକୁ ଯାଇଥିବା ବେଳେ ସମ୍ପୃକ୍ତ ନାବାଳିକା ଜଣକ ଅପରାହ୍ନ ୩ଟାରେ ସହରର ଏକ ମଲକୁ ମାର୍କେଟିଂ ପାଇଁ ଯାଇଥିଲେ। ମାର୍କେଟିଂ ସାରି ସନ୍ଧ୍ୟା ୫ଟାରେ ଘରକୁ ଫେରିବା ବାଟରେ ଦୁଇଜଣ ଯୁବକ ସାଧୁସିଂ ହାଟିଂ ନିକଟରେ ସମ୍ପୃକ୍ତ ନାବାଳିକା ଜଣକୁ ଏକାକୀ ପାଇ ଏକ ବାଇକ୍‍ରେ ଜୋରଜବରଦସ୍ତ ଟେକିନେଇ ମୁର୍ଗାମହାଦେବ ଅଞ୍ଚଳକୁ ନେଇ ପଳାଇଥିଲେ। ସେଠାରେ ଆଉ ଜଣେ ସାଙ୍ଗ ସହ ମିଶି ୩ଜଣ ଯୁବକ ସମ୍ପୃକ୍ତ ନାବାଳିକା ଜଣକୁ ରାତିତମାମ ଗଣଧର୍ଷଣ କରିଥିଲେ। ତହିଁପରଦିନ ଭୋର ସମୟରେ ବଡବିଲ ଷ୍ଟେସନକୁ ସାଙ୍ଗରେ ଆଣି କୁଆଡେ ନେଇଯିବାକୁ ଉଦ୍ୟମ କରୁଥିବା ବେଳେ କୌଶଳକ୍ରମେ ନାବାଳିକା ଜଣକ ଖସି ପଳାଇଥିଲା। ନାବାଳିକାର ବାପା ଓ ମା’ ଟାଟାନଗରରୁ ଫେରି ଘରେ ଝିଅ ନଥିବା ଦେଖି ଖୋଜାଖୋଜି କରିବା ପରେ ବଡବିଲ ଷ୍ଟେସନ ନିକଟରେ ଥିବା ଖବର ପାଇ ଉଦ୍ଧାର କରିଥିଲେ। ଘରେ ପହଞ୍ଚିବା ପରେ ନାବାଳିକା ଜଣକ ଘଟଣା ସମ୍ପର୍କରେ ପରିବାର ଲୋକଙ୍କ ସମ୍ମୁଖରେ କହିଥିଲା ଓ ନାବାଳିକାର ମା’ ଅଗଷ୍ଟ ୬ ତାରିଖ ଥାନାରେ ଅଭିଯୋଗ କରିଥିଲେ।

- Advertisement -

ଅଭିଯୋଗ ପାଇ ପୁଲିସ ପକ୍ଷରୁ ତଦନ୍ତ କରାଯାଇ ୩ ଅଭିଯୁକ୍ତଙ୍କ ମଧ୍ୟରୁ ବଡବିଲ ଗୌରାଗ୍ୟାରେଜ ନିକଟସ୍ଥ ବିଜୟ ମହାରଣାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଆଜି ପର୍ଯ୍ୟନ୍ତ ଫେରାର ଥିବା ଜଣାପଡିଛି। ଅତିରିକ୍ତ ଜିଲାଜଜ୍‍ ତଥା ସ୍ୱତନ୍ତ୍ର ବିଚାରପତି ପକ୍ସୋ କେନ୍ଦୁଝର ଶୁଭଶ୍ରୀ ତ୍ରିପାଠୀ ମଙ୍ଗଳବାର ଏହି ମାମଲାର ଚୂଡାନ୍ତ ଶୁଣାଣୀ କରିଥିଲେ। ମୋଟ ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅଭିଯୁକ୍ତ ବିଜୟ ମହାରଣାକୁ ଦୋଷୀ ସାବ୍ୟସ୍ତ କରି ୨୦ବର୍ଷ ଜେଲ ଦଣ୍ଡ ସହ ୫୩ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧୫ମାସ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ପୀଡିତାକୁ ୭ଲକ୍ଷ ୫୦ହଜାର ଟଙ୍କା କ୍ଷତିପୂରଣ ପ୍ରଦାନ ନିମନ୍ତେ ରାୟରେ ଉଲ୍ଲେଖ କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ପେଶାଲ ପି.ପି. ଗଣେଶ ପ୍ରସାଦ ମହାପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories