www.samajalive.in
Saturday, December 13, 2025
21.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ପରିସଂଖ୍ୟାନ କୋଠା

ଲଡୁଗାଁ: କୋକସରା ବ୍ଲକ ପରିସର ପ୍ରବେଶ ପରେ ପରେ ଶେଷ ମୁଣ୍ଡରେ ପରିତ୍ୟକ୍ତ ଏକ କୋଠା ଦେଖାଯାଏ। ଯାହାକୁ ଦେଖି ସଭିଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ ଏଇଟା କି ଅଫିସ? ଟିକେ ପାଖକୁ ଗଲା ପରେ କାନ୍ଥରେ ଥିବା ନାମ ଫଳକ ଦେଖିଲେ ଜଣାପଡ଼େ କୋକସରା ବ୍ଲକ ପରିସରରେ ୨୪ ସେପ୍ଟେମ୍ବର ୨୦୧୪ ମସିହାରେ ତତ୍କାଳୀନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓଙ୍କ ଦ୍ୱାରା ଏହାର ଉଦ୍‌ଘାଟନ କରାଯାଇ ବ୍ଲକରେ ସରକାରଙ୍କ ପକ୍ଷରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ପରିସଂଖ୍ୟାନ ଗୃହ ନିର୍ମାଣ କରାଯାଇଛି।

ତେବେ ଉଦ୍‌ଘାଟନ ପରଠାରୁ ଉକ୍ତ କୋଠା ଖୋଲା ଯାଇ ନ ଥିବା ଜନସାଧାରଣ କହନ୍ତି। ଫଳରେ ନିର୍ମାଣ କରାଯାଇଥିବା କୋଠା ଜରାଜୀର୍ଣ୍ଣ ହୋଇପଡୁଛି। କୋଠାର ଚାରିପାଖ ଆବର୍ଜନା ଓ ପୂତିଗନ୍ଧମୟ ହୋଇରହିଛି। ଗେଟରେ କଳଙ୍କି ଲାଗିବା ସହ ଝରକା କବାଟଗୁଡିକ କେତେବେଳେ ଯେ ନଷ୍ଟ ହେବ ତାହା କହି ହେବନାହିଁ। ଏ ନେଇ ଯୋଜନା ଅଧିକାରୀଙ୍କୁ ପଚାରିବାରୁ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ଥିଲେ। ଅନ୍ୟପକ୍ଷେ ପନ୍ଦର ଦିନକୁ ଥରେ ଖୋଲାଯିବା ଓ ଜଣେ ପରିସଂଖ୍ୟାନ କ୍ଷେତ୍ର ସର୍ଭେୟର ଥିବା କଥା ଦାୟିତ୍ଵରେ ଥିବା ପରିସଂଖ୍ୟାନ କ୍ଷେତ୍ର ନିରୀକ୍ଷକ ଧର୍ମାନନ୍ଦ ମାଝୀ କହିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories