www.samajalive.in
Thursday, December 11, 2025
15.1 C
Bhubaneswar

କୂଳ ଖାଇ ଜନବସତି ମୁଁହା ହେଉଛି ମହାନଦୀ

ବାଉଁଶୁଣି :ବୌଦ୍ଧ ଜିଲା ସଦର ବ୍ଲକ୍ ବାଉଁଶୁଣି ପଞ୍ଚାୟତ ଅନ୍ତର୍ଗତ ଗିଙ୍ଗିରାପଡ଼ା ଠାରେ ଦୀର୍ଘ ବର୍ଷ ହେଲା ବନ୍ୟା ସମୟରେ କୂଳ ଖାଇ ଜନବସତି ମୁଁହା ହେଉଛି ମହାନଦୀ। ଯାହାକି ଦିନକୁ ଦିନ ଭୟଭୀତ ଅବସ୍ଥାରେ ରହୁଛନ୍ତି ନଦୀକୂଳିଆ ଲୋକେ। ଏହି ସ୍ଥାନରେ ଏକ ବଡ଼ ଗାର୍ଡୱାଲ୍ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଯେତେ ଦାବୀ କରୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହେଉଛି। କେବଳ ବନ୍ୟା ସମୟରେ ଏହି ସ୍ଥାନକୁ ପ୍ରଶାସନିକ ଅଧିକାରୀମାନେ ଆସି ପ୍ରତିଶୃତି ଦେଇ ଚାଲିଯାଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସେହିଭଳି ଗତବର୍ଷ ମହାନଦୀ ବନ୍ୟା ଜଳ ବୃଦ୍ଧି ହେବାରୁ ଗାଁ ଆଡ଼କୁ ବନ୍ୟା ଜଳ ମୁହାଁଇବା ସହ ଗିଙ୍ଗିରାପଡ଼ା ନଦୀକୂଳିଆ ରାସ୍ତାଟି ଆସ୍ତେ ଆସ୍ତେ ଧୋଇ ନେଉଥିବାରୁ ଅତି ଭୟଙ୍କର ପରିସ୍ଥିତି ଦେଖିବାକୁ ମିଳିଥିଲା। ଯାହାକି ଲୋକଙ୍କ ଘରଠାରୁ ମାତ୍ର ୨-୩ ଫୁଟ୍ ଦୂରରେ ମହାନଦୀ ଜଳ ପ୍ରବାହିତ ହେଉଥିଲା। କୌଣସି ବଡ଼ ଦୁର୍ଘଟଣା ଘଟିବା ପୂର୍ବରୁ ସ୍ଥାନୀୟ ସରପଞ୍ଚ ଅଇଁଠୁ ମହାଲିକ୍, ୪ନଂ ଜୋନ୍ ଜିଲାପରିଷଦ ସଭ୍ୟ ରାକେଶ ତ୍ରିପାଠୀ ଏବଂ ବୌଦ୍ଧ ବ୍ଲକ୍ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ପହଞ୍ଚି ଲୋକଙ୍କ ସୁରକ୍ଷା ପାଇଁ ବିପଦପୂର୍ଣ୍ଣ ସ୍ଥାନରେ ବାଉଁଶ ବାଡ ଓ ବାଲିବସ୍ତା ପକାଇଥିବା ଦେଖିବାକୁ ମିଳିଥିଲା।

- Advertisement -

ତେବେ ପ୍ରତିବର୍ଷ ବନ୍ୟା ସମୟରେ ସେହି ସ୍ଥାନକୁ ବାରମ୍ବାର ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନ କରୁଥିଲେ ମଧ୍ୟ କାହିଁକି ଆଜି ପର୍ୟ୍ୟନ୍ତ ଏକ ଗାର୍ଡୱାଲ୍ ନିର୍ମାଣ ହୋଇପାରିଲା ନାହିଁ । ପୁଣି ଆସନ୍ତା ଜୁଲାଇ ୨୩ ତାରିଖରେ ହିରାକୁଦ ଜଳଭଣ୍ଡାରରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିବାର ସୂଚନା ମିଳିଛି। ଯାହାକି ଏବର୍ଷ ମଧ୍ୟ ଭୟଭୀତ ଅବସ୍ଥାରେ ରହିବେ ସ୍ଥାନୀୟ ଲୋକେ। ଏସଂପର୍କରେ ବୌଦ୍ଧ ଜଳସେଚନ ବିଭାଗର କାର୍ୟ୍ୟନିର୍ବାହୀ ଯନ୍ତ୍ରୀ ନରେନ୍ଦ୍ର କୁମାର ସିଠାଙ୍କୁ ପଚାରିବାରୁ ସେହି ସ୍ଥାନରେ ଗାର୍ଡୱାଲ୍ ନିର୍ମାଣ ପାଇଁ ୩୨ ଲକ୍ଷ ଟଙ୍କାର ଟେଣ୍ଡର୍ ହୋଇଛି ଏବଂ ଟେଣ୍ଡର୍ ପାଇଥିବା ବ୍ୟକ୍ତିଙ୍କ କୌଣସି ଅସୁବିଧା ପାଇଁ କାମ ଆରମ୍ଭ ହୋଇପାରିନାହଁ ବୋଲି କହିଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories