www.samajalive.in
Saturday, December 13, 2025
26.1 C
Bhubaneswar

ଶିକ୍ଷକ ନିଯୁକ୍ତି ଦାବିରେ ଅଭିନବ ପ୍ରତିବାଦ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅର୍ନ୍ତଗତ ସୁରୁଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ଆଉ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଶିକ୍ଷକ ନିଯୁକ୍ତି ଦାବିରେ ଅଭିଭାବକମାନେ ଆଜି ପିଲାମାନଙ୍କୁ ସ୍କୁଲ ପାଠପଢିବା ପାଇଁ ନଛାଡି ଏହାର ଅଭିନବ ପ୍ରତିବାଦ ଜଣାଇଛନ୍ତି। ପ୍ରକାଶ ଯେ ଉକ୍ତ ସ୍କୁଲରେ ବର୍ତମାନ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ୧୦୯ଜଣ ପିଲା ପାଠ ପଢୁଛନ୍ତି। ଏମାନଙ୍କ ଶିକ୍ଷାଦାନପାଇଁ ୦୩ ଜଣ ଶିକ୍ଷକ ନିଯୁକ୍ତ ଅଛନ୍ତି। ଆଠଟି ଶ୍ରେଣୀକୁ ୦୩ଜଣ ଶିକ୍ଷକଙ୍କ ଦ୍ୱାରା ଶିକ୍ଷାଦାନ କରିବା କଷ୍ଟକର ହୋଇପଡୁଛି। ଏହାକୁ ଦୃଷ୍ଟିରେ ରଖି ସ୍କୁଲ ପରିଚାଳନା କମିଟି ଆଉ ଦୁଇଜଣ ଶିକ୍ଷକ ନିଯୁକ୍ତି ପାଇଁ ଗତ ଡିସେମ୍ବର ମାସରେ ବ୍ଲକ ଗୋଷ୍ଠି ଶିକ୍ଷାଧିକାରୀଙ୍କ ଲିଖିତଭାବେ ଦୃଷ୍ଟିଆକର୍ଷଣ କରିଥିଲେ। ଏହାପରେ ଗତ ୧୮ତାରିଖ ଦିନ ଏଠାରେ ପ୍ରଧାନ ଶିକ୍ଷକଭାବେ କୃଷ୍ଣଚନ୍ଦ୍ର ସିଂ ଯୋଗଦାନ କରି ତାପରଦିନ କାର୍ଯ୍ୟରୁ ଓହରିଯାଇଥିଲେ। ଯାହାଦ୍ୱାରା ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ପଦବୀ ପୂରଣ ହୋଇ ପାରିଲାନାହିଁ। ଏଣୁ ଗତ ସୋମବାର (୨୪ତାରିଖ)ଦିନ ଏହାକୁ ନେଇ ଅଭିଭାବକ, ସ୍କୁଲ ପରିଚାଳନା କମିଟି ମଧ୍ୟରେ ଏକ ବୈଠକ ବସିଥିଲା। ବୈଠକରେ ଶିକ୍ଷକ ନିଯୁକ୍ତି ନହେଲା ପର୍ଯ୍ୟନ୍ତ ମଙ୍ଗଳବାର ଠାରୁ ପିଲାଙ୍କୁ ସ୍କୁଲ ଛଡାନଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା। ଏହି ନିଷ୍ପତିକ୍ରମେ ଆଜି ସୁରୁଣ୍ଡି ସ୍କୁଲ ବିନା ପିଲାରେ ସ୍କୁଲ ଚାଲିଥିବା ଦେଖିବାକୁ ମିଳିଛି। ତୁରନ୍ତ ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟିଦେବା ସହ ଶିକ୍ଷକ ପଦବୀ ପୂରଣ କରିବାକୁ ସ୍କୁଲ ପରିଚାଳନା କମିଟି ସଭାପତି ଶିବାଜୀ ବାରିକ, ଅଜିତ ଅମାତ, ଶ୍ୟାମ ସେଠୀ ପ୍ରମୁଖ ଦାବି କରିଛନ୍ତି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories