www.samajalive.in
Saturday, December 6, 2025
26.1 C
Bhubaneswar

ଟ୍ରକ ଓ ପିକଅପ ଧକ୍କାରେ ବାଇକ ଆରୋହୀ ଗୁରୁତର

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଗୋଡ଼ଭଗାରୁ ରେଙ୍ଗାଲିକ୍ୟାମ୍ପ ଛକ ପର୍ଯ୍ୟନ୍ତ ପ୍ରାୟ ନିତିଦିନିଆ ଦୁର୍ଘଟଣା ଘଟି ଚାଲିଛି । ଟ୍ରାଫିକ ବ୍ୟବସ୍ଥା ନ ଥିବା ତଥା ଦ୍ରୁତଗାମୀ ଯାନ ବାହନ ଗୁଡ଼ିକର ବେଗ ନିୟନ୍ତ୍ରଣ ପାଇଁ ପୁଲିସ କିମ୍ବା ପରିବହନ ବିଭାଗ ପକ୍ଷରୁ କୌଣସି ଦୃଢ଼ ପଦକ୍ଷେପ ନିଆ ଯାଉ ନଥିବା ଯୋଗୁଁ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟି ଚାଲିଛି ବୋଲି ଅଭିଯୋଗ ହେଉଛି। ଆଜି ସକାଳ ପ୍ରାୟ ୮ ଟା ସମୟରେ ଅତାବିରା ଦେଇ ଯାଇଥିବା ୫୩ ନଂ ଜାତୀୟ ରାଜପଥ ତହସିଲ ଅଫିସ ଛକରେ ବରଗଡ଼ ଅଭିମୁଖେ ଯାଉଥିବା ଏକ ଟ୍ରକ ସେହି ଦିଗରେ ଯାଉଥିବା ଆଉ ଏକ ପିକଅପ୍ କୁ ଧକ୍କା ଦେବା ଦ୍ୱାରା ରାସ୍ତାରେ ନିଜ ଘରକୁ ଫେରୁଥିବା ଜଣେ ବାଇକ ଆରୋହୀ ଓ ପଛପଟେ ବସିଥିବା ତାଙ୍କ ଭାଣିଜି ଦୁର୍ଘଟଣାର ସମ୍ମୁଖୀନ ହୋଇ ଗୁରୁତର ହୋଇଛନ୍ତି। ସମ୍ପର୍କୀୟ ତଥା ଉପସ୍ଥିତ ଜନସାଧାରଣଙ୍କ ସହାୟତାରେ ସ୍ଥାନୀୟ ଡାକ୍ତରଖାନାକୁ ତାଙ୍କୁ ନିଆ ଯାଇଥିଲା। ଗୁରୁତର ମାନେ ହେଲେ ଅତାବିରା ଏନଏସିର ୱାର୍ଡ ନଂ ୧ ମାର୍କେଟ ପଡାର ପ୍ରିୟବ୍ରତ ସାହୁ(୨୮) ଓ ପ୍ରୀତି ସାହୁ (୧୫) ଗୁରୁତର ହୋଇଛନ୍ତି। ଡାକ୍ତର ବିଳମ୍ବରେ ପହଞ୍ଚି ଥିବାରୁ ଡାକ୍ତରଖାନାରେ ଜଣ ସାଧାରଣଙ୍କ ଭିତରେ ଉତ୍ତେଜନା ଦେଖାଦେଇଥିଲା। ତେବେ ଏହି ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ ବ୍ୟବସ୍ଥା କରିବା ପାଇଁ ଜନ ସାଧାରଣରେ ଦାବି ରହୁଛି।

Hot this week

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

Related Articles

Popular Categories