ଦିନ ୧୦ଟା – ମୁଖ୍ୟ ଖବର
୧) ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
– ରାଷ୍ଟ୍ରପତି କଟକ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ
୨) ୨୬ ତାରିଖରେ ପ୍ରଥମେ କଟକ ଚଣ୍ଡୀ ମନ୍ଦିରରେ ଦର୍ଶନ କରିବାର କର୍ଯ୍ୟକ୍ରମ ରହିଛି
– ପରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ସମାରୋହରେ ମଧ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି
୩) ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି
୪) ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
– ଭୁବନେଶ୍ୱରରେ ୧୨ ଜଣ ଅତିରିକ୍ତ ଉପାୟୁକ୍ତ, ୨୫ ଜଣ ଡିଏସ୍ପି, ୪୦ ଜଣ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ୩୬ ପ୍ଲାଟୁନ ପୁଲିସ ଫୋର୍ସ, ୨ଟି କ୍ୟୁଆର୍ଟି ୟୁନିଟ ଓ ଏସ୍ଓଜି ମୁତୟନ ରହିବେ
– ୧୬୦ ଜଣ ଟ୍ରାଫିକ ପୁଲିସ ଓ ୧୫୦ ଗୃହରକ୍ଷୀ ବିଭିନ୍ନ ସ୍ଥାନରେ ଜଗିବେ
୫) ଭାରତ-ୱେଷ୍ଟଇଣ୍ଡିଜ୨ୟ ଟେଷ୍ଟରେ ୧-୦ରେ ଭାରତ ସିରିଜ ବିଜୟୀ
– ବର୍ଷା ଯୋଗୁଁ ଶେଷ ବା ୫ମ ଦିନର ଖେଳ ବାତିଲ
୬) ଓଲଟିଲା ପିକ୍ ଅପ୍ : ୧୦ ଶ୍ରମିକ ଆହତ
– ସମସ୍ତ ଆହତ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି
୭) ଦେବଗଡ଼ ପୌରାଞ୍ଚଳ ଜଙ୍ଗଲିକୁଦର ଗାଁରେ ଅଘଟଣ : ସାପ କାମୁଡ଼ାରେ ଦୁଇ ଭାଇ ମୃତ
– ରାତିରେ ଶୋଇଥିବା ବେଳେ କାମୁଡ଼ିଥିଲା ସାପ
୮) ପୋଲସରା କବିସୂର୍ଯ୍ୟନଗର ଥାନା ଗୁଡ଼ିଆଳୀ ଗାଁରେ ପାରିବାରିକ କଳହର କରୁଣ ପରିଣତି
– ପରିବାରର ୪ ଜଣଙ୍କୁ ହାଣିଲା ପୁଅ
– ବାପା, ମାଆ, ଭଉଣୀ ଓ ଭାଇବୋହୂ ଗୁରୁତର
– ସମସ୍ତ ଗୁରୁତର କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି
୯) ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ବନ୍ତୋପାଟଣା ଗାଁରେ ଅଘଟଣ
– ଗୁଣି ସନ୍ଦେହରେ ପିଟିପିଟି ହତ୍ୟା
– ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ…
୧୦) କେନ୍ଦ୍ରାପଡ଼ାରେ ବନ୍ଧୁକ ଦେଖାଇ ଆଶ୍ରମ ଲୁଟିଲେ
– ରାତ୍ରୀ ଜଗୁଆଳକୁ ବନ୍ଧୁକ ଦେଖାଇ ସଦର ଥାନା ଗୁଆଳ ସିଂହସ୍ଥିତ ମୀରା ଆଶ୍ରମରୁ ଲୁଟ୍ ଅଭିଯୋଗ
Comments are closed.