www.samajalive.in
Thursday, December 11, 2025
15.1 C
Bhubaneswar

ବଜ୍ରପାତରେ ମନ୍ଦିର ପୂଜକଙ୍କ ମୃତ୍ୟୁ ଅଭିଯୋଗ

ଆଠଗଡ: ମନ୍ଦିର ପୂଜା କରିବାକୁ ଯାଉଥିବା ସମୟରେ ବଜ୍ରପାତରେ ଜଣେ ପୂଜକଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ମୃତକ ଜଣଙ୍କ ହେଲେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ନଡୁଆପଡା ଗ୍ରାମର ସୁବାସ ଚନ୍ଦ୍ର ରଣାଙ୍କ ପୁଅ ଭାସ୍କର ରଣା (୨୮)। ଘଟଣାରୁ ପ୍ରକାଶ ଯେ ଭାସ୍କର ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ମାଣିପୁର ପଞ୍ଚାୟତର ଜେନାସାହୁପାଟଣା ଗ୍ରାମରେ ରହି ଗ୍ରାମର ଆରାଧ୍ୟ ପ୍ରଭୁ ନୀଳକଣ୍ଠେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ପ୍ରତ୍ୟେକ ଦିନ ଭଳି ସୋମବାର ମନ୍ଦିର ପୂଜା କରିବାକୁ ସଂଧ୍ୟାରେ ଯାଉଥିବା ସମୟରେ ବଜ୍ରପାତ ଘଟିବାରୁ ମନ୍ଦିର ନିକଟରେ ସେ ଟଳି ପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ୧୦୮ ଆମ୍ବୁଲାନ୍ସ ସହାୟତାରେ ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିବା  ଡାକ୍ତର ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories