www.samajalive.in
Monday, December 15, 2025
16.1 C
Bhubaneswar

ଅଭିନେତା ମନୋଜ ମିଶ୍ରଙ୍କୁ ଧମକ ବିରୋଧରେ ଟାଉନ ଥାନାରେ ଏତାଲା

ସମ୍ବଲପୁର : ସମ୍ବଲପୁରର ମୂଳ ନିବାସୀ ତଥା ଭୁବନେଶ୍ୱରରେ ରହୁଥିବା ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ଗାଳିଗୁଲଜ କରି ଧମକ ଦେବା ପ୍ରତିବାଦରେ ସ୍ଥାନୀୟ ଟାଉନ ଥାନାରେ ଅଭିଯୋଗ କରାଯାଇଛି। ସମ୍ବଲପୁର ସାଂସ୍କୃତିକ ପରିଷଦ ପକ୍ଷରୁ ସୋମବାର ସନ୍ଧ୍ୟାରେ ଦିଆଯାଇଥିବା ଅଭିଯୋଗ ପତ୍ର ଅନୂଯାୟୀ, କାଳିଚରଣ ଆଚାର୍ଯ୍ୟ, ଜିତୁ ରାଉତ ଓ ଜିତୁ ମଙ୍ଗରାଜ ନାମକ ବ୍ୟକ୍ତି ମାନେ ଭିଡିଓ ବାର୍ତ୍ତା ଜରିଆରେ ଅଭିନେତା ମନୋଜ ମିଶ୍ର ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଛନ୍ତି। ଏଥି ସହ ପଶ୍ଚିମ ଓଡ଼ିଶା ବାବଦରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି, ଯାହା ଆଦୌ ଗ୍ରହଣୀୟ ନୁହେଁ। ଏହି ବ୍ୟକ୍ତି ମାନେ ମନୋଜ ମିଶ୍ରଙ୍କୁ ଗାଳିଗୁଲଜ ଓ ମାଡ ମାରିବାର ଧମକ ଦେବା ଘଟଣା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ ଅଟେ। ଏଥି ସହ ପଶ୍ଚିମ ଓଡ଼ିଶା ଉପରେ ଆପତ୍ତିଜନକ ମନ୍ତବ୍ୟ ଦେବା ଦ୍ୱାରା ଆଞ୍ଚଳିକ ବୈଷମ୍ୟବାଦକୁ ଜନ୍ମ ଦେବା ସହିତ ଜନମାନସଙ୍କ ମନକୁ ଗଭୀର ଆଘାତ ଦେଉଛି। ଏଣୁ ଅଭିଯୁକ୍ତ ମାନଙ୍କ ବିରୋଧରେ ଉପଯୁକ୍ତ ଆଇନ ଅନୁଯାୟୀ କଠୋର ଦଣ୍ଡ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଭକ୍ତ ପ୍ରସାଦ ନନ୍ଦ, ମହମ୍ମଦ ପରବେଜ ଅଲ୍ଲୀ ଖାନ, ନିଳାମ୍ବର ସାହୁ, ସଦାନନ୍ଦ ପଣ୍ଡା, ସପନ ମିଶ୍ର, କମଲ ଲୋଚନ ପଣ୍ଡା, ପ୍ରଦ୍ୟୋତ୍ତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories