www.samajalive.in
Sunday, December 14, 2025
16.1 C
Bhubaneswar

ଟମାଟୋ ଚୋରି କରି ଦମ୍ପତି ଗିରଫ

ବେଙ୍ଗାଲୁରୁ : ଦେଶରେ ଟମାଟୋ ଦର ଅହେତୁକ ବୃଦ୍ଧି ପାଇଥିବାବେଳେ ଏହାକୁ ନେଇ ନୂଆ ନୂଆ ଘଟଣା ଘଟୁଛି। ଏହି କ୍ରମରେ ଟମାଟୋ ଚୋରି ଅଭିଯୋଗରେ ଏକ ଦମ୍ପତିଙ୍କୁ ପୁଲିସ ଗିରଫ କରିଛି। କମ୍ ସମୟରେ ଅଧିକ ଅର୍ଥ ପାଇବା ଆଶାରେ ଏମ୍ ଭାସ୍କରନ (୩୮) ଓ ତାଙ୍କ ପତ୍ନୀ ସିନ୍ଧୁଜା (୩୫) ଟମାଟୋ ଚୋରି କରିଥିଲେ। ଜୁଲାଇ ୮ ତାରିଖ ରାତିରେ ସେମାନେ ଏକ ଟମାଟୋ ବୋଝେଇ ମିନି ଟ୍ରକ୍‌କୁ ଚୋରାଇ ନେଇଥିଲେ। ଏ ସମ୍ପର୍କରେ ଗାଡି ଚାଳକ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଗାଡିଟିରେ ୨୧୦ ଟ୍ରେ ଟମାଟୋ ରହିଥିଲା ଯାହାର ଆନୁମାନିକ ମୂଲ୍ୟ ୧.୫ଲକ୍ଷ ଟଙ୍କା। ପୁଲିସ ସିସିଟିଭି ଫୁଟେଜ ଆଧାରରେ ଗାଡିକୁ ଜବତ କରିଥିଲା ଓ ଅଭିଯୁକ୍ତ ଦ୍ବୟଙ୍କୁ ଗିରଫ କରିଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories