ଭତ୍ତା ଓ ସହାୟତା ରାଶି ପ୍ରଦାନ କଲେ ମନ୍ତ୍ରୀ
କଲ୍ୟାଣସିଂହପୁର : ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରେ ୨୦୧ ଜଣ ବିଧବା, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟଙ୍କୁ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଭତ୍ତା ବଣ୍ଟନ କରିଛନ୍ତି । ଆଜି ଆଇନ ମନ୍ତ୍ରୀ ଶ୍ରୀ ସାରକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭତ୍ତା ବଣ୍ଟନ କରିଥିବା ବେଳେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, କ ଜୋନ ର ଜିଲାପରିଷଦ ସଦସ୍ୟ ଭି ୱାରା ପ୍ରସାଦ ରାଓ ,ଖ ଜୋନ ର ଜିଲାପରିଷଦ ସଦସ୍ୟ ଭୂମି ମାଧବ ରାଓ ,ବ୍ଲକ ଉପାଧ୍ୟକ୍ଷ ଡମ୍ବରୁ କଞ୍ଜ।କା ,ଲେବର କମିଶନର ପ୍ରସନ୍ନ ପାଣିଗ୍ରାହୀ, ବ୍ଲକ ସଭାପତି ସୁନ୍ଦର ରାଓ ବାଗ, ପୃଥୀବିରାଜ ସାହୁ ,ବିଡ଼ିଓ ସୁନିଲ ଖରା ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିରେ ଦଳୀୟ କର୍ମୀ , ନେତା ମାନେ ମଧ୍ୟ ଉପସ୍ଥିତ ରହିଥିଲେ । ଏଥିରେ ଉକ୍ତ ବ୍ଲକର ୧୪ଟିପଞ୍ଚାୟତରେ ଥିବା ବିଧବା, ଦିବ୍ୟାଙ୍ଗ ଓ ବାର୍ଦ୍ଧକ୍ୟ ୨୦୧ଜଣଙ୍କୁ ଭର୍ତ୍ତା ବଣ୍ଟନ କରାଯାଇଛି । ଏହା ପରେ ନାରାୟଣପୁର ପଞ୍ଚାୟତର କଲ୍ୟାଣି ମଣ୍ଡପ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମୃତ୍ୟୁ କାଳୀନ ଓ ଅନ୍ତିମ ସଂସ୍କାର ସହାୟତା ୨ଲକ୍ଷ ୫ହଜାର ଟଙ୍କା ଲେଖାଏଁ ୧୭ଜଣଙ୍କୁ, ବିବାହ କାଳୀନ ସହାୟତା ୫୦ହଜାର ଟଙ୍କା ଲେଖାଏଁ୧୫ ଜଣଙ୍କୁ ,ପ୍ରସୂତି କାଳୀନ ସହାୟତା ୧୦ହଜାର ଟଙ୍କା ଲେଖାଏଁ ୭ଜଣଙ୍କୁ ଓ ୬ରୁ୮ ଶ୍ରେଣୀରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହାୟତା ୨୩ ଜଣଙ୍କୁ ୧ ଲକ୍ଷ ୬୦ହଜାର ଟଙ୍କା ଓ ୨୨୭ ଜଣଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇଥିବା ସୂଚନା ମିଳିଛି । ଏଥିରେ ବହୁ ସଂଖ୍ୟକ ଦଳୀୟ କର୍ମୀ ମାନେ ଉପସ୍ଥିତ ରହି ଥିଲେ ।
Comments are closed.