www.samajalive.in
Wednesday, December 10, 2025
14.1 C
Bhubaneswar

କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଚଳାଚଳ କରିବ ଯାତ୍ରୀବାହୀ ଟ୍ରେନ

କେନ୍ଦୁଝରଗଡ଼ :  କେନ୍ଦୁଝର ଦେଇ ଦେଶର ରାଜଧାନୀ ନୂଆଦିଲ୍ଲୀକୁ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବା ନେଇ ଜିଲାବାସୀଙ୍କ ଦୀର୍ଘବର୍ଷର ଦାବି ଶେଷରେ ପୂରଣ ହେବାକୁ ଯାଉଛି । ଆସନ୍ତା ୨ ମାସ ମଧ୍ୟରେ ପୁରୀରୁ କେନ୍ଦୁଝର-ନୂଆଦିଲ୍ଲୀ ହୋଇ ଜାମ୍ମୁ ପର୍ଯ୍ୟନ୍ତ ଏକ ଦ୍ରୁତଗାମୀ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ କରିବ ବୋଲି ଖୋର୍ଦ୍ଧା ଡିଆରଏମ୍‌‌ ରିଙ୍କେଶ ରାୟ କହିଛନ୍ତି। ପ୍ରଗତିଶୀଳ ନାଗରିକ ମଞ୍ଚ କେନ୍ଦୁଝରର ସଭାପତି ମଳୟ ମହାପାତ୍ର ନିକଟରେ ଖୋର୍ଦ୍ଧାରେ  ଡିଆରଏମ୍‌‌ ଶ୍ରୀ ରାୟଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି କେନ୍ଦୁଝର ଦେଇ ନୂଆଦିଲ୍ଲୀକୁ ଯାତ୍ରିବାହୀ ଟ୍ରେନ ଚଳାଚଳ ସମ୍ପର୍କରେ ଆଲୋଚନା କରିଥିଲେ। ଆଲୋଚନାକାଳରେ ଡିଆରଏମ୍‌‌ ଶ୍ରୀ ରାୟ ଆସନ୍ତା ୨ମାସ ମଧ୍ୟରେ ପୁରୀରୁ ଜାମ୍ମୁ ପର୍ଯ୍ୟନ୍ତ କେନ୍ଦୁଝର-ନୂଆଦିଲ୍ଲୀ ଦେଇ ଏକ ନୂତନ ଯାତ୍ରୀବାହୀ ଏକ୍ସପ୍ରେସ ଟ୍ରେନ ଚଳାଚଳ ଆରମ୍ଭ କରିବା ସଂପର୍କରେ ଭାଗୀୟସ୍ତରରେ ଚୂଡାନ୍ତ ହୋଇଥିବା ସୂଚନା ଦେଇଥିଲେ। ଏଥିସହ ବର୍ଷକ ମଧ୍ୟରେ କେନ୍ଦୁଝର-ହାଓଡା ସ୍ୱତନ୍ତ୍ର ଯାତ୍ରିବାହୀ ଟ୍ରେନ ମଧ୍ୟ ଚଳାଚଳ କରିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ସେହିଭଳି କେନ୍ଦୁଝର-ଖୋର୍ଦ୍ଧାରୋଡ ଦୈନିକ ମେମୁ ଟ୍ରେନରେ ଯାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଅଧିକ ସଂଖ୍ୟକ କୋଚ୍‌‌ ବୃଦ୍ଧି ଏବଂ ପୁରୀକୁ ଆଉ ଏକ ନୂତନ ଟ୍ରେନ ଚଳାଚଳ ସମ୍ପର୍କରେ ପ୍ରଗତିଶୀଳ ନାଗରିକ ମଞ୍ଚ ସଭାପତି ଶ୍ରୀ ମହାପାତ୍ର ଡିଆରଏମ୍‌‌ ଶ୍ରୀ ରାୟଙ୍କ ଦୃଷ୍ଟି ଆକର୍ଷଣ ପ୍ରସଙ୍ଗରେ ଖୁବ୍‌‌ ଶୀଘ୍ର ଉକ୍ତ ଟ୍ରେନରେ କୋଚ୍‌‌ ସଂଖ୍ୟା ବୃଦ୍ଧି କରାଯିବ ବୋଲି ମଧ୍ୟ କହିଛନ୍ତି । ଡିଆରଏମ୍‌‌ଙ୍କ ଏହି ନିଷ୍ପତ୍ତିକୁ ପ୍ରଗତିଶୀଳ ନାଗରିକ ମଞ୍ଚ ପକ୍ଷରୁ ସ୍ୱାଗତ କରାଯାଇଥିବା ବେଳେ ଜିଲାର ବୁଦ୍ଧିଜୀବୀ ଓ ରେଳ ଯାତ୍ରୀ ମହଲରେ ଖୁସିର ଲହରୀ ଖେଳି ଯାଇଛି ।

ସୂଚନାଯୋଗ୍ୟ, ଡିଆରଏମ୍‌‌ ଶ୍ରୀ ରାୟ ଚକ୍ରଧରପୁର ଡିଭିଜନ ଡିଆରଏମ୍‌‌ କାର୍ଯ୍ୟକାଳ ସମୟରେ ହାଓଡା-ବଡବିଲ ଜନଶତାବ୍ଦୀ ଟ୍ରେନ ଚଳାଚଳ କେନ୍ଦୁଝରବାସୀଙ୍କ ପାଇଁ ରେଳ ଯୋଗେ କୋଲକତାକୁ ଯାତ୍ରା କରିବାର ଏକ ସୁଯୋଗ ସୃଷ୍ଟି କରିଥିଲା ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories