www.samajalive.in
Saturday, December 13, 2025
21.1 C
Bhubaneswar

ପ୍ରଶାନ୍ତ କୁମାର ତରାଇ ହେଲେ ଆଠଗଡ଼ର ନୂଆ ଉପଜିଲ୍ଲାପାଳ

ଆଠଗଡ଼: ଦୀର୍ଘ ୫୦ଦିନର ବ୍ୟବଧାନ ପରେ ଆଠଗଡ଼ର ନୂତନ ଉପଜିଲ୍ଲାପାଳ ଭାବେ ପ୍ରଶାନ୍ତ କୁମାର ତରାଇ ଶୁକ୍ରବାର କାର୍ଯ୍ୟରେ ଯୋଗଦାନ କରିଛନ୍ତି। ଶ୍ରୀ ତରାଇ ଏଠାରେ ଯୋଗଦାନ କରି ଡେପ୍ୟୁଟି କଲେକ୍ଟର ତଥା ଭାରପ୍ରାପ୍ତ ଉପଜିଲ୍ଲାପାଳ ଦିପ୍ତୀମୟୀ ବେହେରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ। ଡେପ୍ୟୁଟି କଲେକ୍ଟର ଶ୍ରୀମତୀ ବେହେରା, ତହସିଲଦାର ପ୍ରିୟବ୍ରତ ଦାସ, ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ହେମନ୍ତ କୁମାର ଜେନା, ସହକାରୀ ଯୋଗାଣ ଅଧିକାରୀ ଜଗମୋହନ ଦାସ, ସିଡିପିଓ ନିବେଦିତା ରାୟ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଂସ୍ଥା ଅଧିକାରୀ ସରୋଜ କୁମାର ମହାନ୍ତି, ନରସିଂହପୁର ନିୟନ୍ତ୍ରିତ ବଜାର କମିଟି ସଂପାଦକ ରାମନାରାୟଣ ମଲ୍ଲିକ, ଭାରପ୍ରାପ୍ତ ସୂଚନା ଓ ଲୋକସଂପର୍କ ଅଧିକାରୀ କାଳିଚରଣ ତ୍ରିପାଠୀଙ୍କ ସମେତ ଉପଜିଲ୍ଲାପାଳ, ତହସିଲ ଓ ଅନ୍ୟାନ୍ୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ନୂତନ ଉପଜିଲ୍ଲାପାଳ ଶ୍ରୀ ତରାଇଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। ଶ୍ରୀ ତରାଇ ନରସିଂହପୁର ବିଡିଓ ଭାବେ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିବା ପରେ ଆଠଗଡ଼ରେ ଉପଜିଲ୍ଲାପାଳ ଭାବେ ଯୋଗଦେବା ପୂର୍ବରୁ ସେ କ୍ରୀଡା ଓ ଯୁବ ବ୍ୟାପାର ବିଭାଗର ସ୍ୱତନ୍ତ୍ର ଅଧିକାରୀ (ଓଏସଡି) ଭାବେ କାର୍ଯ୍ୟ କରୁଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories