www.samajalive.in
Sunday, December 14, 2025
26.1 C
Bhubaneswar

ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର ସଫଳ ରୂପାୟନ ଏବଂ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଏହା ଲାଭଦାୟକ ହେବ

ଭୁବନେଶ୍ୱର: ରାଜ୍ୟ ଲୋକସେବା ଭବନରେ ଆଜି ଓଡ଼ିଶା ସରକାର ଏବଂ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏହା ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ୟ୍ୟକ୍ରମର ସଫଳ ରୂପାୟନ ସହିତ ଅର୍ଥନୈତିକ ସାମର୍ଥ୍ୟ ବୃଦ୍ଧିରେ ଲାଭଦାୟକ ହେବ ବୋଲି ଜଣାଯାଇଛି। ଓଡ଼ିଶା ସରକାରଙ୍କ ସହିତ ଟିବିଆଇର ଏହି ଅଣ-ବ୍ୟବସାୟିକ ଅନୁବନ୍ଧନ ସରକାରଙ୍କ ଅନେକ ପ୍ରକଳ୍ପର ସଫଳ ରୂପାୟନ କରିବା ସହିତ, ଅର୍ଥନୈତିକ ନୀତି ସମୀକ୍ଷା ଏବଂ ନୀତି ପ୍ରସ୍ତୁତି କ୍ଷେତ୍ରରେ କାର୍ୟ୍ୟକ୍ଷମ ହେବ।

ଉଲ୍ଲେଖଯୋଗ୍ୟ ଯେ ଟୋନି ବ୍ଲେୟାର ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ୟ୍ୟାଳୟ ଲଣ୍ଡନରେ ଅବସ୍ଥିତ ଏବଂ ଯୁକ୍ତରାଜ୍ୟ(ୟୁନାଇଟେଡ କିଙ୍ଗଡମ)ର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନି ବ୍ଲେୟାରଙ୍କ ଦ୍ୱାରା ସ୍ଥାପିତ ଏହି ଅନୁଷ୍ଠାନ ସଂପ୍ରତି ୪୫ରୁ ଅଧିକ ଦେଶରେ ସଫଳତାର ସହିତ କାର୍ଯ୍ୟ କରୁଛି। ଏହି ପ୍ରତିଷ୍ଠାନ ସଂପୃକ୍ତ ଦେଶଗୁଡ଼ିକର ନୀତି ତର୍ଜମା, ନୀତି ପ୍ରସ୍ତୁତି, ନୀତି ପରିଚାଳନା ଓ ଚୂଡ଼ାନ୍ତ ରୂପାୟନ କ୍ଷେତ୍ରରେ କାର୍ୟ୍ୟ କରିବା ସହିତ ବ୍ୟବସ୍ଥାର ଯଥାସମ୍ଭବ ଉନ୍ନତିକରଣରେ ସହାୟକ ହୋଇପାରିଛି। ଏହି ଅନୁବନ୍ଧନ ଦ୍ୱାରା ଓଡିଶାର ସାମଗ୍ରିକ ବିକାଶ ଏବଂ ଅର୍ଥନୈତିକ ଅଭିବୃଦ୍ଧି ହୋଇପାରିବ ବୋଲି ବୈଠକରେ ବିଶଦ୍ ଭାବେ ସୂଚନା ପ୍ରଦାନ କରାଯାଇଥିଲା। ଇ-ପ୍ରୟୋଗ କ୍ଷେତ୍ରରେ ସରକାରଙ୍କ ପ୍ରମୁଖ ଗଭର୍ଣ୍ଣାନ୍ସ ନିର୍ମାଣ ଏବଂ ଆଇଟି ଜ୍ଞାନକୌଶଳର ସଫଳ ରୂପାୟନ କ୍ଷେତ୍ରରେ ମଧ୍ୟ ଏହି ଅନୁବନ୍ଧନ ସହାୟକ ହେବ।

- Advertisement -

ଓଡ଼ିଶା ସରକାର ରାଜ୍ୟର ଅର୍ଥନୈତିକ ସମୃଦ୍ଧି ପାଇଁ ନିରନ୍ତର ତଥା ସଫଳ ପ୍ରଚେଷ୍ଟା ଜାରି ରଖିଥିବାବେଳେ, ଏହି ବୁଝାମଣାପତ୍ର ରାଜ୍ୟର ନୀତି ରୂପାୟନ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ଅଧିକ ସହାୟକ ହେବ ବୋଲି ଆଶା କରାଯାଏ । ଓଡ଼ିଶାର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଉନ୍ନତି ଆଣିବା ସହିତ ରାଜ୍ୟର ନିର୍ଦ୍ଧାରିତ ଲକ୍ଷକୁ ସର୍ବୋତ୍ତମ ସ୍ତରରେ ପହଞ୍ଚାଇବା ପାଇଁ ଟୋନି ବ୍ଲେୟାର ଇନ୍ଷ୍ଟିରଚ୍ୟୁଟ ତା’ର ଅଭିଜ୍ଞତା, ଉପଲବ୍ଧି, ଜ୍ଞାନ-କୌଶଳକୁ ଆଧାର କରି ରାଜ୍ୟ ସରକାରଙ୍କୁ ସହାୟତା ପ୍ରଦାନ କରିବ ବୋଲି ଏହି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି।

ଏହି ଅବସରରେ ମାନ୍ୟବର ଇଲେକଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ତଥା କ୍ରୀଡା ଓ ଯୁବସେବା ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା, ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଗ୍ରାମ୍ୟ ଉନ୍ନୟନ ତଥା ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ, ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ପ୍ରମୁଖ ଶାସନ ସଚିବ ମନୋଜ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଇଲେକ୍ଟୋନିକ୍ସ ଓ ସୂଚନାପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ମାନସ ରଞ୍ଜନ ପଣ୍ଡା ଏବଂ ଟୋନି ବ୍ଲେୟାର ଇନ୍ଷ୍ଟିସଚ୍ୟୁଟ ଅଫ୍ ଗ୍ଲୋବାଲ ଚେଞ୍ଜର ରାଷ୍ଟ୍ରୀୟ ନିର୍ଦ୍ଦେଶକ ବିବେକ ଅଗ୍ରୱାଲ ଆନୁଷ୍ଠାନିକଭାବେ ଏହି ବୁଝାମଣାପତ୍ରରେ ସ୍ଵାକ୍ଷର କରିଥିଲେ । ସର୍ବଶେଷରେ ଅତିରିକ୍ତ ଶାସନ ସଚିବ ମନୋଜ କୁମାର ପଟ୍ଟନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories