www.samajalive.in
Monday, December 15, 2025
16.1 C
Bhubaneswar

ଦୁର୍ଘଟଣାରେ ସାଇକେଲ ଆରୋହୀ ମୃତ

ଚୌଦ୍ୱାର : ୫୫ନଂ ଜାତୀୟ ରାଜପଥର ଚୌଦ୍ୱାର କଲେଜ ପାଖ ଧୂମାବତୀ ଛକ ନିକଟରେ ଏକ ମଟର ସାଇକେଲ ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ଚୌଦ୍ୱାର ପୌରପାଳିକା ୧୩ନଂ ୱାର୍ଡ ପାଇକରାପୁର ଗ୍ରାମର ଅଲିଆ ନାଏକ। ଅଲିଆ ଗୁରୁବାର ନିଜ ଗ୍ରାମରୁ ସାଇକେଲରେ ଚୌଦ୍ୱାର ଅଭିମୁଖେ ଆସୁଥିବା ବେଳେ ପଛରୁ ଏକ ମଟର ସାଇକେଲ ତାଙ୍କୁ ଧକ୍କା ଦେଇଥିଲା।

ସାଇକେଲରୁ ଛିଟିକି ପଡି ଅଲିଆ ଗୁରୁତର ଆହତ ହୋଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଲିଆକୁ ଉଦ୍ଧାର କରି କଟକ ବଡ ଡାକ୍ତରଖାନା ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ ଚାଳକ ଓ ବାଇକକୁ ଥାନାକୁ ଆଣି ତଦନ୍ତ ଜାରୀ ରଖିଛି। ଖବର ପାଇ ପାଇକରାପୁର ଗ୍ରାମବାସୀ ଓ ସ୍ଥାନୀୟ ଲୋକ ଦୁର୍ଘଟଣାସ୍ଥଳରେ ରୁଣ୍ଡ ହୋଇ ଯିବାଫଳରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ଦେଖା ଦେଇଥିଲା। ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଚାଲୁ ରହିଥିବାରୁ ଗାଡିମଟର ସବୁ ରାଜପଥର ମୁଖ୍ୟ ରାସ୍ତା ଛାଡି ସର୍ଭିସ ରୋଡରେ ଯାତାୟତ କରୁଥିବା ହେତୁ ଦୈନନ୍ଦିନ ଛୋଟବଡ ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଅଭିଯୋଗ ହେଉଛି।

Hot this week

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

Related Articles

Popular Categories