www.samajalive.in
Sunday, December 7, 2025
23.1 C
Bhubaneswar

ଯାତ୍ରୀ ବିଶ୍ରାମ ଗୃହ ଓ ଶୌଚାଳୟରେ ତାଲା; ଯାତ୍ରୀ ହନ୍ତସନ୍ତ

ଲଡୁଗାଁ: କୋକସରା ମୁଖ୍ୟାଳୟ ବସଷ୍ଟାଣ୍ଡ ବିଶ୍ରାମ ଗୃହ ଦୀର୍ଘଦିନରୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିଲା। ପୁଣି ୨୦୧୬ରେ ତାର ନବକଳେବର ହେଲା । ତତ୍କାଳୀନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂଦେଓ ଉଦଘାଟନ କରିଥିବା ବେଳେ ସେ ସମୟର କଳାହାଣ୍ଡି ସାଂସଦ ଅର୍କ କେଶରୀ ଦେଓ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ପ୍ରଧାନୀ, ବିଡିଓ ରଘୁନାଥ ମୁଣ୍ଡାରୀ ମଧ୍ୟ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦଘାଟିତ ନାମଫଳକ ଆଜି ବି ଚକ୍ ଚକ୍ କରୁଛି । ନାମ ଫଳକ ଚକ୍ ଚକ୍ କରୁଛି ସତ, କିନ୍ତୁ ବିଶ୍ରାମ ଗୃହ ରକ୍ଷଣାବେକ୍ଷଣ ଅଭାବରୁ ଅବହେଳିତ ହୋଇପଡ଼ିଛି। ପଞ୍ଚାୟତ ଏହାର ରକ୍ଷଣାବେକ୍ଷଣ କରିବ କ’ଣ ଓଲଟି ବିଶ୍ରାମଗୃହ ଓ ଶୌଚାଳୟରେ ତାଲା ପକାଇ ଦେଇଥିଲା। ଯଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । କିଛି ମାସ ତଳେ ଶୌଚାଳୟରେ ତାଲା ଝୁଲିବା ଓ ଯାତ୍ରୀ ସମସ୍ୟା ଦୃଷ୍ଟିକୋଣରୁ ସ୍ଥାନୀୟ ଯୁବକଙ୍କ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଥିଲା । ଏହାପରେ ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ପାଇଁ ସରପଞ୍ଚ ତାଲା ଖୋଲି ଦେଇଥିଲେ । ପୁଣି ଯଥା ପୂର୍ବମ୍‌ ତଥା ପରମ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଶୌଚାଳୟ ଓ ବିଶ୍ରାମଗୃହରେ ତାଲା ଝୁଲୁଛି । ଦୈନନ୍ଦିନ ହଜାର ହଜାର ଯାତ୍ରୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ ଏହି ବିଶ୍ରାମଗୃହ ଉପରେ ନିର୍ଭର କରିଥାନ୍ତି। ଏବେ ଝଡ଼ି ବର୍ଷା ସମୟରେ ଯାତ୍ରୀମାନଙ୍କ ପାଇଁ ଏହି ବିଶ୍ରାମଗାର ଜରୁରୀ ହେଉଥିବା ବେଳେ ପାନୀୟ ଜଳ ଯୋଗାଣ ପାଇଁ ଫିଲ୍ଟର୍, ଶୌଚ ପାଇଁ ଶୌଚାଳୟ ସବୁ ଥାଇ ନଥିଲା ଭଳି ମନେହେଉଛି। ବସ୍ ଷ୍ଟାଣ୍ଡ ସମ୍ମୁଖରେ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ବର୍ଷା ପାଣି ଜମି ରହୁଛି । ବିଶ୍ରାମ ଗୃହ ଦୂଆର ମୁହଁ ପାଦଚଲା ପ୍ଲେଟ୍ ଭାଙ୍ଗି ଯାଇଛି। ଯାହାଫଳରେ ଲୋକେ ଝୁଣ୍ଟି ପଡ଼ି କ୍ଷତାକ୍ତ ହେଉଥିବା କୁହନ୍ତି। କିଛିଦିନ ତଳେ ଉକ୍ତ ପଞ୍ଚାୟତରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ଅନିୟମିତତାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇଥିଲା । ତେବେ ସରପଞ୍ଚଙ୍କ ମନମୁଖୀ କାର୍ଯ୍ୟ ଯୋଗୁ ପଞ୍ଚାୟତ ଉନ୍ନତି ଦିଗରେ କୌଣସି କାମ ସଠିକ୍ ଭାବରେ ହୋଇପାରୁନଥିବା ପଞ୍ଚାୟତବାସୀ ଅଭିଯୋଗ କରିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories