www.samajalive.in
Friday, December 12, 2025
14.1 C
Bhubaneswar

ଆମ ଓଡିଶା-ନବୀନ ଓଡିଶା ଯୋଜନାର ରୂପରେଖ ନେଇ ବୈଠକ ; ଗାଁ, ଗାଁର ହେବ ବିକାଶ

ଗୋପାଳପୁର : ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୪ ଟି ଜିଲ୍ଲା ପରିଷଦ ଜୋନର ୩୭ ପଞ୍ଚାୟତରେ ‘ଆମ ଓଡିଶା- ନବୀନ ଓଡିଶା’ ଯୋଜନାର ରୂପରେଖ ନେଇ  ଏକ ପ୍ରସ୍ତୁତି ବୈଠକ ଖଜୁରୀଆ ସ୍ଥିତ ଚନ୍ଦ୍ରଚୁଡେଶ୍ୱର ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରଙ୍ଗେଇଲୁଣ୍ଡା ବ୍ଲକ ବିଜେଡି ସଭାପତି ଅଜିତ କୁମାର ଦାସ ଅଧ୍ୟକ୍ଷତା କରିଥିବାବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ  ପକ୍ଷରୁ ‘ଆମ ଓଡିଶା- ନବୀନ ଓଡିଶା’ ଯୋଜନାରେ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରତି ପଞ୍ଚାୟତ ଗୁଡିକର ଉନ୍ନତି ପାଇଁ ୫୦ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ ନେଇ ଘୋଷଣା କରାଯାଇଛି, ଏହାକୁ ପଞ୍ଚାୟତିରାଜ ପ୍ରତିନିଧି ମାନେ ନିଜ ନିଜ ପଞ୍ଚାୟତର ଉନ୍ନତି ପାଇଁ ଖର୍ଚ୍ଚ କରିବା ନେଇ ରୂପରେଖ ପ୍ରସ୍ତୁତ କରିବାକୁ ସରପଞ୍ଚମାନଙ୍କୁ କହିଥିଲେ । ଏଥି ସହ ବ୍ଲକର ପଞ୍ଚାୟତ ଗୁଡିକର ଭୂମିକା ନେଇ ‘ଆମ ଓଡିଶା- ନବୀନ ଓଡିଶା’ ରୂପରେଖ ଯୋଜନା ପ୍ରସ୍ତୁତି ନେଇ ଆଲୋଚନା ହୋଇଥିଲା। ବୈଠକରେ ଜିଲ୍ଲା ପରିଷଦ ଉପାଧକ୍ଷା ରାଜେଶ୍ବରୀ ଦୋରା, ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧକ୍ଷା ଅନିତା ମହାଙ୍କୁଡ, ଜିଲ୍ଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ତପପୋଇ ଦାସ, ଭାରତୀ ନାୟକ, ପୂର୍ବତନ ବ୍ଲକ ଅଧ୍ୟକ୍ଷା କମଳା ରେଡ୍ଡୀ, ଶଶିଭୂଷଣ ମହାନ୍ତି, ଅଜୁ ନାୟକ, ପ୍ରତାପ କୋଠିଆ ପ୍ରମୁଖ ମଞ୍ଚାସୀନ ଥିଲେ । ଏଥି ସହ ୩୭ ଗୋଟି ପଞ୍ଚାୟତର ସମସ୍ତ ସରପଞ୍ଚ, ସମିତି ସଭ୍ୟ, ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ନାଏବ ସରପଞ୍ଚ ଏବଂ ଗ୍ରାମବାସୀ ଉପସ୍ଥିତ ରହି ପଞ୍ଚାୟତର ଉନ୍ନତି ପାଇଁ ରୂପରେଖ ପ୍ରସ୍ତୁତ କରାଯାଇଥିଲା।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories