www.samajalive.in
Sunday, December 14, 2025
19.1 C
Bhubaneswar

ଫୁଟ୍‌‌ପାଥକୁ ଅବରୋଧ କରି ଚାଲିଛି ବ୍ୟବସାୟ ; ପ୍ରଶାସନର ନିଦ ଭାଙ୍ଗିବ କେବେ ?

କେନ୍ଦୁଝରଗଡ଼ :  ଖୋଦ୍‌‌ ଜିଲା ମୁଖ୍ୟାଳୟରେ ଫୁଟ୍‌‌ପାଥ ଓ ଡ୍ରେନକୁ ଅବରୋଧ କରି ଅବାଧରେ ବ୍ୟବସାୟ ଚାଲି ଆସିଥିବାରୁ ବିଶେଷକରି ବର୍ଷାଦିନେ ସହରବାସୀଙ୍କୁ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡୁଛି । ସହରର ଭି-ମାର୍ଟ ଠାରୁ ଆରମ୍ଭ କରି କାଶୀପୁର ଏବଂ ଧୋବାଡିହା ଛକ ଠାରୁ ନିହାଲସିଂ ଛକ ପର୍ଯ୍ୟନ୍ତ ଫୁଟ୍‌‌ପାଥକୁ ଅବରୋଧ କରି ଏବଂ ଡ୍ରେନକୁ ପୋତି ବେଧଡକ ବ୍ୟବସାୟ ଚାଲି ଆସୁଥିଲେ ହେଁ କେନ୍ଦୁଝରଗଡ ପୌର ପ୍ରଶାସନର ଏଥିପ୍ରତି ସାମାନ୍ୟ ନଜର ପଡୁନାହିଁ । ନିକଟରେ ଆଇଏଏସ୍‌‌ ପ୍ରୋବେସନର କେନ୍ଦୁଝରଗଡ ପୌର ନିର୍ବାହୀ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବା ସମୟରେ ସହରର ପ୍ରମୁଖ ଅଞ୍ଚଳରେ ରାସ୍ତାକୁ ଅବରୋଧ କରି ସ୍ଥାୟୀ ନିର୍ମାଣ କାର୍ଯ୍ୟ କରି ବ୍ୟବସାୟ କରିଆସୁଥିବା ସ୍ଥାନ ଚିହ୍ନଟ କରି ଉଛେଦ ପ୍ରକ୍ରିୟା ଆରମ୍ଭ କରିବା ଜବର ଦଖଲକାରୀ ବ୍ୟବସାୟୀଙ୍କ ମଧ୍ୟରେ କୋକୁଆଭୟ ସୃଷ୍ଟି କରିଥିଲା। ସମ୍ପୃକ୍ତ ଆଇଏଏସ୍‌‌ ପ୍ରୋବେସନରଙ୍କ କାର୍ଯ୍ୟକାଳ ଶେଷ ପରେ ପୁଣିଥରେ ଯଥା ପୂର୍ବଂ ତଥା ପର ନ୍ୟାୟରେ ଚିହ୍ନଟ ହୋଇଥିବା ବେଆଇନ ନିର୍ମାଣ କାର୍ଯ୍ୟ ଉଛେଦ ହେବା ଦୂରର କଥା ବରଂ ବ୍ୟବସାୟୀଙ୍କ ପକ୍ଷରୁ ସହରର ପ୍ରମୁଖ ରାସ୍ତା ଉପରେ ନିର୍ମାଣ କରାଯାଇଥିବା ଫୁଟପାଥ ଓ ଡ୍ରେନକୁ ଅବରୋଧ କରି ବେଧଡକ ବ୍ୟବସାୟ କରିବା ପୌର ପ୍ରଶାସନର ସ୍ଥାଣୁତାକୁ ପଦାରେ ପକାଇଛି । ସହରରୁ ବେଆଇନ ନିର୍ମାଣ ଓ ଜବରଦଖଲ ଉଛେଦ ପ୍ରକ୍ରିୟା ପୌର ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ସମ୍ପୂର୍ଣ୍ଣ ସହରକୁ ଜବରଦଖଲ ମୁକ୍ତ କରାଯିବ ବୋଲି ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସ କହିଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories